www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍, ଓହଳି ରହିଲେ ଯୁବକ, ବାହାରୁଥିଲା ନିଆଁ; ଦେଖନ୍ତୁ ଛାତିଥରା ଭିଡିଓ

ହାଇଦରାବାଦ: ତେଲଙ୍ଗାନାର ହାଇଦରାବାଦରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଜଣେ ଟ୍ରକ୍‌ ଚାଳକଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାପରେ ପୁଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗିରଫ ଟ୍ରକ୍ ଚାଳକଙ୍କ ନାମ ପୃଥ୍ବୀରାଜ ବୋଲି ପୁଲିସ କହିଛି। ଭାଇରାଲ ଭିଡିଓରେ ରାସ୍ତାରେ କ୍ଷୀପ୍ର ଗତିରେ ଯାଉଥିବା ଏକ ଟ୍ରକ୍‌ ତା’ର ଆଗ ଚକରେ ଏକ ବାଇକ୍‌କୁ ଘୋଷାଡ଼ି ନେଉଥିବାବେଳେ ବାଇକ୍‌ ଚାଳକ ଜଣକ ଟ୍ରକ୍‌ରେ ଓହଳିଥିବା ଦେଖିବାକୁ ମିଳିଛି। ପରେ ବାଇକ୍ ଚାଳକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସେହି ଟ୍ରକ୍‌ ଅନ୍ୟ ଏକ କାର୍‌କୁ ମଧ୍ୟ ଧକ୍କା ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ଏପ୍ରିଲ ୧୪(ରବିବାର) ରାତିରେ ଘଟିଛି।


ପୁଲିସର କହିବା ମୁତାବକ, ଏପ୍ରିଲ ୧୫ରେ ତାଙ୍କୁ ହାଇଦରାବାଦ ନିବାସୀ ଅବଦୁଲ ମଜୀଦ(୬୦)ଙ୍କଠାରୁ ଏକ ଅଭିଯୋଗ ମିଳିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଏପ୍ରିଲ ୧୪ରେ ସେ ରାତି ପ୍ରାୟ ୧୧.୪୫ ସମୟରେ ନିଜ ବାଇକ୍‌ରେ ଆରାମଘରରୁ ଲକ୍ଷ୍ମୀ ଗାର୍ଡ଼ନ, ଚମ୍ପାପେଟ ଅଭିମୁଖେ ଆସୁଥିଲେ। ଲକ୍ଷ୍ମୀ ଗାର୍ଡ଼ନ, ଚମ୍ପାପେଟ ନିକଟରେ ଯାଉଥିବାବେଳେ ପଛରୁ ଏକ ଟ୍ରକ୍‌ କ୍ଷୀପ୍ର ଗତିରେ ଓ ବେପରୁଆ ଭାବେ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଦେବାପରେ ସେ ରାସ୍ତାର ବାମପଟକୁ ପଡ଼ିଯାଇଥିଲେ। କିନ୍ତୁ ଟ୍ରକ୍‌ ଚାଳକ ଗାଡ଼ି ଅଟକାଇ ନଥିଲେ ଏବଂ ସେଠାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ। କାରଣ ପଛରେ ଥିବା ବାଇକ୍ ଆରୋହୀମାନେ ସମ୍ପୂର୍ଣ୍ଣ ଘଟଣାକୁ ଫୋନ୍‌ରେ କଏଦ କରିଦେଇଥିଲେ।

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନରେ ପଡ଼ିବ ଭୋଟ୍‌

- Advertisement -

ତେବେ ବାଇକ୍ ଚାଳକଙ୍କର କୌଣସି କ୍ଷତି ହୋଇନାହିଁ, କିନ୍ତୁ ତାଙ୍କ ବାଇକ୍‌କୁ ଟ୍ରକ୍ କିଛି ଦୂର ଘୋଷାଡ଼ି ନେଇଥିଲା। ପରେ ଜଣାପଡ଼ିଥିଲା ଯେ, ଚମ୍ପାପେଟ ଟି-ଜଙ୍କ୍‌ସନ୍‌ରେ ସେହି ଟ୍ରକ୍ ଅନ୍ୟ ଏକ କାର୍‌କୁ ମଧ୍ୟ ଧକ୍କା ଦେଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories