www.samajalive.in
Saturday, December 13, 2025
26.1 C
Bhubaneswar

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ୧୦୨ ଆସନରେ ପଡ଼ିବ ଭୋଟ୍‌

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ୍। ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନ ପାଇଁ ଆସନ୍ତାକାଲି ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ୍‌ ୧୬୨୫ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ସେମାନଙ୍କ ମଧ୍ୟରେ ମାତ୍ର ୧୩୪ ଜଣ ମହିଳା ପ୍ରାର୍ଥୀ(୮%) ଏବଂ ୧୪୯୧ ଜଣ ପୁରୁଷ ଅଛନ୍ତି।

ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ମତଦାନ ହେବ। ସେହିପରି ପୁଡ଼ୁଚେରୀ, ଲାକ୍ଷାଦ୍ବୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ୱୀପର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ। ଏହା ବ୍ୟତୀତ ଅରୁଣାଚଳ ପ୍ରଦେଶ ୨, ବିହାର ୪, ଛତିଶଗଡ଼ର ଗୋଟିଏ, ମଣିପୁର-ମେଘାଳୟ ୨ ଲେଖାଏଁ, ମିଜୋରାମ-ନାଗାଲାଣ୍ଡର ଗୋଟିଏ ଲେଖାଏଁ ଆସନ, ସିକ୍କିମ୍‌-ତ୍ରିପୁରା ଗୋଟିଏ ଲେଖାଏଁ ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ୬ ଟାରୁ ବନ୍ଦ ହୋଇଯାଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ଏପ୍ରିଲ୍ ୧୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories