www.samajalive.in
Thursday, December 11, 2025
15.1 C
Bhubaneswar

ଫାର୍ମାସିଷ୍ଟଙ୍କ ଘରୁ ଚୋରି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡା ଗତ କାଲି କୌଣସି କାମରେ ରାୟଗଡା ଯାଇଥିଲେ। ସେଠାରୁ ସକାଳ ୮ଟାରେ ଫେରି ତାଙ୍କ ଘରେ ପକାଇଥିବା ଚାବି ଭାଙ୍ଗିଥିବା ଦେଖିଥିଲେ। ଏହାପରେ ଘର ଭିତରେ ଦେଖିବା ବେଳକୁ ଆଲମାରୀରେ ରଖିଥିବା ସୁନାର ମୁକ୍ତାମାଳ, ସୁନା ଚେନ, ୧୨ଟି ସୁନା ମୁଦି, ୪ହଳ ସୁନା କାନଫୁଲ, ୧୨ଖଣ୍ଡ ରୁପା ଟଙ୍କା ଆଦି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାର ସମୁଦାୟ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହା ଦେଖି ସେ ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ। କିନ୍ତୁ କୌଣସି ସୁରାକ ପାଇ ନଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ କୌଣସି ଅଧିକାରୀ ନଥିବାବେଳେ ଏଏସଆଇ ମୋତିଲାଲ ପଟ୍ଟନାୟକଙ୍କୁ ଲିଖିତ ଅଭିଯୋଗପତ୍ର ଦେଇଥିବା ସୀମାଞ୍ଚଳ ପଣ୍ଡା କହିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories