www.samajalive.in
Saturday, December 13, 2025
26.1 C
Bhubaneswar

ଏଲନ ମସ୍କଙ୍କ ବଡ଼ ଘୋଷଣା: ଏଣିକି ଏକ୍ସରେ ପୋଷ୍ଟ ପାଇଁ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ଏଲନ ମସ୍କ ଯେବେଠାରୁ ଏକ୍ସ(ପୂର୍ବରୁ ଟ୍ବିଟର)ର ମାଲିକ ହୋଇଛନ୍ତି, ସେବେଠାରୁ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଏକ୍ସରୁ ଟଙ୍କା ରୋଜଗାର କରିବା ଉପରେ ରହିଛି। ପ୍ରଥମେ ମସ୍କ ଏକ୍ସର ଦେୟଯୁକ୍ତ ସେବା ଆରମ୍ଭ କଲେ ଏବଂ ବ୍ଲୁ ଟିକ୍‌କୁ ଦେୟ ଆଧାରିତ କଲେ। ବ୍ଲୁ ଟିକ୍ ପୂର୍ବରୁ ମାଗଣାରେ ଉପଲବ୍ଧ ଥିଲା ଏବଂ ଏଥିପାଇଁ କିଛି ସର୍ତ୍ତ ଥିଲା। ମାଲିକ ହେବା ପରେ ଏଲନ୍ ମସ୍କ ସର୍ତ୍ତାବଳୀ ପରିବର୍ତ୍ତନ କରି ବ୍ଲୁ ଟିକ୍‌କୁ ଦେୟଯୁକ୍ତ କଲେ। ଏବେ ମସ୍କ ନୂତନ ବ୍ୟବହାରକାରୀଙ୍କ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଲନ୍ ମସ୍କ କହିଛନ୍ତି ଯେ, ଏକ୍ସର ନୂତନ ବ୍ୟବହାରକାରୀଙ୍କୁ ପୋଷ୍ଟ କରିବା ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଏହା ଏକ ସାମାନ୍ୟ ରାଶି ହେବ। ତେବେ ଏହି ଦେୟ କେତେ ହେବ ତାହା ସେ କହି ନାହାନ୍ତି।

ରେଙ୍ଗାଲି ବିଧାନସଭା କ୍ଷେତ୍ର: ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ


ଏଲନ୍ ମସ୍କଙ୍କ କହିବା କଥା, ଫି’ ଲାଗୁ କରିବା ପରେ ବଟ୍ ଏବଂ ନକଲି ଆକାଉଣ୍ଟରୁ ହେଉଥିବା ପୋଷ୍ଟଗୁଡିକ ହ୍ରାସ ପାଇବ, କାରଣ ବର୍ତ୍ତମାନ ସମୟରେ ଯେକେହି ନୂଆ ଆକାଉଣ୍ଟ ସୃଷ୍ଟି କରି ମନ ମୁତାବକ ଯାହା ସପକ୍ଷରେ ଚାହୁଁଛନ୍ତି ପୋଷ୍ଟ କରୁଛନ୍ତି। ବଟ୍‌କୁ ରୋକିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ ବୋଲି ମସ୍କ କହିଛନ୍ତି।

- Advertisement -

ଏକ୍ସର ନୂଆ ନୀତି ଅନୁଯାୟୀ, ଆପଣଙ୍କୁ ଏକ୍ସରେ ପୋଷ୍ଟ କରିବା, କାହାର ପୋଷ୍ଟକୁ ଲାଇକ୍‌ କରିବା, କୌଣସି ପୋଷ୍ଟରେ ବୁକମାର୍କ ଏବଂ ରିପ୍ଲାଇ ଦେବା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ମାଗଣାରେ କେବଳ କୌଣସି ଆକାଉଣ୍ଟକୁ ଫଲୋ କରିହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories