www.samajalive.in
Saturday, December 6, 2025
16.1 C
Bhubaneswar

ଆଠଗଡ଼ରେ ବିଜେପିର ବୁଥ ବିଜୟ ଅଭିଯାନ

ଆଠଗଡ଼: ସାଧାରଣ ନିର୍ବାଚନ ପାଇଁ ଆଠଗଡ଼ ବିଜେପି ପକ୍ଷରୁ ସୋମବାର ସ୍ଥାନୀୟ ମହାବୀର ପ୍ଲାଜାଠାରେ ବୁଥ ବିଜୟ ଅଭିଯାନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ସାଂଗଠନିକ ବୈଠକରେ ବୁଥସ୍ତରୀୟ କାର୍ୟ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା, ପର୍ଯ୍ୟାଲୋଚନା ଓ ସ୍ଥିତି ସମୀକ୍ଷା କରାଯାଇଥିଲା। ଏହାପରେ କଟକ ଲୋକସଭା ପ୍ରାର୍ଥୀ ଭତ୍ତୃହରି ମହତାବ ସେମାନଙ୍କୁ ବିଜୟ ମନ୍ତ୍ର ଦେଇଥିଲେ। ବିଜେପି ନେତୃତ୍ବରେ କେନ୍ଦ୍ର ସରକାରଙ୍କର ବିଗତ ୧୦ ବର୍ଷର ଉପଲବ୍ଧି, ଦଳ ଜାରି କରିଥିବା ସଂକଳ୍ପ ପତ୍ର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇବା ସହ ପ୍ରତ୍ୟେକ ଲୋକଙ୍କୁ ଭେଟି ଏ ବିଷୟରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ବିଜେପି ନେତା ବିକ୍ରମ କେଶରୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଆଠଗଡ଼ ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ, କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଵ୍ରଜେନ୍ଦ୍ର କୁମାର ରାୟ ପ୍ରମୁଖ ଉଦବୋଧନ ଦେଇ ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଏହାସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଭୋଟରମାନଙ୍କୁ ବୁଝାଇ କେମିତି ନିଜ ଆଡକୁ ଆକୃଷ୍ଟ କରି ହେବ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରି ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରିବାକୁ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ ଦିଆଯାଇଛି। ଏଥିରେ କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି ଶଙ୍କର୍ଷଣ ମହାନ୍ତି, କଟକ ଲୋକସଭା ମଣ୍ଡଳୀ ସଂଯୋଜକ ଶ୍ରୀକାନ୍ତ ବିଶ୍ଵାଳ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଇଲା ପଣ୍ଡା, ବଡମ୍ବା ପ୍ରଭାରୀ ପ୍ରକାଶ ବଡଜେନା ଓ ମହିଳା ମୋର୍ଚ୍ଚା ନେତ୍ରୀ ହେମମଞ୍ଜରୀ ଭଞ୍ଜଦେଓଙ୍କ ସମେତ ଅନ୍ୟାନ୍ୟ ବହୁ ପଦାଧିକାରୀ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories