www.samajalive.in
Sunday, December 14, 2025
23.1 C
Bhubaneswar

ବଢୁଛି ଖରା ସ୍କୁଲ୍‌ ପିଲା ହନ୍ତସନ୍ତ-ସକାଳ ୧୧ଟା ସୁଦ୍ଧା ୩୯ ଡିଗ୍ରୀ

ଭୁବନେଶ୍ୱର – ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ,ଏବେ ପ୍ରବଳରୁ ଅତି ପ୍ରବଳ ଖରା । ସକାଳୁ ଯେମିତି ଗାଁ ସହର ସବୁ ଜଳୁଛି । ବାହରକୁ ବାହାରିଲେ ଛୁଞ୍ଚି ପରି ଖରା ଫୋଡି ହୋଇଯାଉଛି । ସକାଳୁଆ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ଖୋଲୁଛି । ହେଲେ ସ୍କୁଲ ଛୁଟି ହେଲା ବେଳକୁ ଅସହ୍ୟ ଗରମ । ଅଭିଭାବକଙ୍କ ସହ ସ୍କୁଲ ପିଲା ଛଟପଟ ହୋଇ ଯାଉଛନ୍ତି । ବିଭିନ୍ନ ବେସରକାରୀ ସ୍କୁଲରୁ ପିଲା ଦୂରରେ ଥିବା ଘରକୁ ଫେରିବା ବେଳକୁ ମଧ୍ୟାହ୍ନ ହୋଇଯାଉଛି । ଦିନ ଏଗାରଟା ବେଳକୁ ୩୯ ଡିଗ୍ରୀ ।

ପୁଣି ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ପ୍ରବଳ ଖରା। ଜଳୁଛି ରାଜଧାନୀ। ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନ ସହ ରାଜଧାନୀରେ ସକାଳ ସାଢେ ୮ଟା ସୁଦ୍ଧା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

- Advertisement -

 ପଢନ୍ତୁ- ଏତେ ଟଙ୍କା ଦେଲା ପରେ ମୁକୁଳିଲା  ଜାହାଜ

ଏହି ପରିସ୍ଥିତିରେ କୌଣସି ଅଘଟଣର ଆଶଙ୍କାକୁ ଏଡାଇ ଦିଆ ନଯାଇପାରେ। ଆଗକୁ ଏଲ୍‌ ନିନୋ ପ୍ରଭାବରେ ଅତ୍ୟଧିକ ଖରା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଛୋଟ ସ୍କୁଲ୍‌ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ ପାଠପଢା ବ୍ୟବସ୍ଥା କଲେ ଭଲ ହେବ ବୋଲି ପ୍ରଶାନ୍ତ ପତି ନାମକ ଅଭିଭାବକ ପ୍ରକାଶ କରିଛନ୍ତି । ଅନ୍ୟ ଅଭିଭାବକ ମଧ୍ୟ ଏପରି ଖରାକୁ ଦେଇ ଛୋଟ ପିଲାଙ୍କୁ ବାଧ୍ୟ ହୋଇ ସ୍କୁଲ୍‌କୁ ଛାଡୁଥିବା କଥା କହିଛନ୍ତି । ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନେକ ଅଭିଭାବକ ଦାବି କରିଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories