ଇସ୍ରାଏଲ୍ ଇରାନ୍ ଯୁଦ୍ଧରେ ଲମ୍ଫଦେଲା ବ୍ରିଟେନ୍- ଇରାନ୍ର ଡ୍ରୋନକୁ….
ଲଣ୍ଡନ- ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବା ପରେ ଏବେ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । ଇସ୍ରାଏଲ୍ରେ ସମସ୍ତ ସ୍କୁଲ୍କୁ ବନ୍ଦ କରାଯାଇଛି । ଶନିବାର ରାତିରେ ଇରାନ୍ ଇସ୍ରାଏଲ୍ ଉପରେ ଶହ ଶହ ମିସାଇଲ୍ ମାଡ କରିଥିଲା । ମାତ୍ର ଇସ୍ରାଏଲ୍ର ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ ଯୋଗୁଁ ଏହାକୁ ଅନେକମାତ୍ରାରେ ପ୍ରତିହତ କରାଯାଇଥିଲା । ଏହି ଯୁଦ୍ଧରେ ଏବେ ଇସ୍ରାଏଲ୍କୁ ବ୍ରିଟେନ୍ ଏୟାର ଡିଫେନ୍ସରେ ସହାୟତା କରିଛି ।
ଇରାନ୍ର ଅନେକ ଡ୍ରୋନ୍କୁ ବ୍ରିଟେନ୍ର ଜେଟ ବିମାନ ଆକାଶ ମାର୍ଗରେ ଖସାଇ ଦେଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ କହିଛନ୍ତି । ସୁନାକ, ଇସ୍ରାଇଲ୍ ଏବଂ ଇରାନ୍କୁ ଧୈର୍ଯ୍ୟ ରଖିବା ସହ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ସୁନାକ ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଯୁଦ୍ଧ ହେବା ଦ୍ୱାରା ସ୍ଥାନୀୟ ଅସ୍ଥିରତା ବଢିବା ସହ ସାରା ବିଶ୍ୱ ଉପରେ ଏହାର କୁ ପ୍ରଭାବ ପଡିବ ବୋଲି କହିଛନ୍ତି ।
Comments are closed.