www.samajalive.in
Tuesday, December 9, 2025
16.1 C
Bhubaneswar

ଜୟଶ୍ରୀରାମ ଧ୍ୱନୀରେ କମ୍ପିଲା ବୌଦ୍ଧ ସହର

ବୌଦ୍ଧ : ବୌଦ୍ଧରେ ବଜରଙ୍ଗ ଦଳ ପକ୍ଷରୁ ରବିବାର ଦିନ ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।  ଜିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସକାଳେ  ସହରର ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ ମନ୍ଦିର ଚୁଡାରେ ଧ୍ୱଜା ବନ୍ଧନ କରାଯାଇଥିଲା। ସେଠାରେ ପୁଜାର୍ଚ୍ଚନା ପରେ  ଏକ ବିଶାଳ ମଟର ସାଇକେଲ ର୍ୟାଲି ବାହାରି ଓୟାରଲେସ ଛକ, କଚେରିଛକ, ହାତୀଶାଳ ଛକ , ବୁଟୁପାଲି ଛକ, ପଲାସ ଛକ, ରାଜନପାଲି ଛକ , ବାଘଗୁଡା ଛକ, ମେଡିକାଲ ଛକ ଦେଇ ମହାନଦୀ ବ୍ରିଜ ଛକ ଠାରେ ପହଞ୍ôଚଥିଲା।

ପୁନଶ୍ଚ ମହାନଦୀ ବ୍ରିଜ ଛକ ଠାରୁ ଶୋଭାଯାତ୍ରା ବାହାରି ମାର୍କେଟ, ଭୈରବୀ ଛକ, ଗାନ୍ଧିଛକ, ପୋଡାପୋଡା ଛକ ଦେଇ ମାତଙ୍ଗେଶ୍ୱର ମନ୍ଦିରରେ ପହଞ୍ôଚ ଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ଓ ବଜରଙ୍ଗ ଦଳର ସମସ୍ତ ସଦସ୍ୟ  ଯୋଗଦେଇଥିଲେ। ସହର ସାରା ଗୌରିକ ପତକୋରେ ଛାଉଣୀ ହୋଇଥିବାବେଳେ ରାଲିରେ ହନୁମାନଙ୍କ ଗୌରିକ ବାନା ପ୍ରଦର୍ଶନ କରାଯାଇ ସହର ପରିକ୍ରମା କରାଯାଇଥିଲା। ସହର ପରିକ୍ରମା ସମୟରେ ବଜରଙ୍ଗ ଦଳର ସଦସ୍ୟଙ୍କ ଜୟ ଶ୍ରୀରାମ ନାରାରେ ପୁରା ବୌଦ୍ଧ ସହର କମ୍ପି ଉଠିଥିଲା।

- Advertisement -

ସେହିପରି ବୌଦ୍ଧ ଆଦର୍ଶ ଥାନା ପରିସରରେ ସ୍ଥାପିତ ହନୁମାନ ମୂର୍ତ୍ତି ନିକଟରେ ଶ୍ରଦ୍ଧାର ସହିତ ପୂଜନତ୍ସୋବ ଅନୁଷ୍ଠିତ ହୋଇଥିଲା। ପୋଡାପଡା ସଂକିର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ ପରିବେଶଣ କରାଯାଇଥିଲା। ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲା ପୁଲିସ ବିଭାଗର ସମସ୍ତ ପଦାଧିକାରୀ, ସହରର ବୁଦ୍ଧଜିବୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇ ସାମୁହିକ ପ୍ରସାଦ ସେବନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories