www.samajalive.in
Tuesday, December 9, 2025
17.1 C
Bhubaneswar

ନୂଆ ଭୋଟରଙ୍କ ପାଇଁ ସଚେତନତା ଓ ସଂକଳ୍ପ ପାଠ

ଆଠଗଡ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କିପରି ଅଧିକରୁ ଅଧିକ ଭୋଟର ବୁଥକୁ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ବ୍ୟାପକ ସଚେତନା ସୃଷ୍ଟି କରିବା ପାଇଁ ଭାରତର ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ସଚେତନ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହିକ୍ରମରେ ଶନିବାର ଗୋପବନ୍ଧୁ ବିଜ୍ଞାନ କଲେଜରେ ୧୮ବର୍ଷରୁ ଉର୍ଦ୍ଧ ନୂତନ ଭୋଟରଙ୍କୁ ସଚେତନ କରିବା ସହ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି ଭୋଟ ଦାନ କରିବା ପାଇଁ ସଂକଳ୍ପ ପାଠ କରାଇ ଦିଆଯାଇଥିଲା। ଆଠଗଡର ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ପ୍ରଶାନ୍ତ କୁମାର ତରାଇ ଏଥିରେ ଯୋଗଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସମସ୍ତେ ସାମିଲ ହୋଇ ନିଜର ମୂଲ୍ୟବାନ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଆହ୍ୱାନ ଜଣାଇଥିଲେ।

- Advertisement -

ଏଥିରେ ଡେପ୍ୟୁଟି କଲେକ୍ଟର ମଧୁସ୍ମିତା ବିଶି ଓ ସୌଦାମିନୀ ସାହୁ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା, ଶୁଭକଲ୍ୟାଣୀ ମହାପାତ୍ର ଏବଂ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ନୂତନ ଭୋଟରଙ୍କୁ ସଚେତନ କରିଥିଲେ। ଏଥିରେ ଯୋଗଦେଇଥିବା କଲେଜର ଶତାଧିକ ନୂତନ ଭୋଟର ଛାତ୍ରଛାତ୍ରୀଙ୍କୁ ଭୋଟ ଦାନ କରିବା ପାଇଁ ସଂକଳ୍ପ ପାଠ କରାଇଥିଲେ।

କଲେଜର ଅଧ୍ୟାପକ ଡଃ ଗୌତମବୁଦ୍ଧ ସୀତାରାମ ଓ ଉପଜିଲାପାଳ କାର୍ଯ୍ୟାଳୟର ନିର୍ବାଚନ ବିଭାଗର ବରିଷ୍ଠ ସହାୟକ ସୂର୍ଯ୍ୟମଣି ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ କଲେଜର ଅଧ୍ୟକ୍ଷ ଡ. ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories