ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ପୋଖରିବନ୍ଧ ହନୁମାନ ବାଟିକା ପରିସର ଠାରେ ମାଁ ହିରାନୀଲା ଷ୍ଟୋନ କ୍ରୋଶର ତରଫରୁ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଞ୍ଚ ହାଣ୍ଡି ପଣା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏପରମ୍ପରା ଅନୁସାରେ ଏହିଦିନ ଦହି, ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ବାଟିକା ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥିଲା।
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ସ୍ଥିତ ହୀରାନୀଳା ଷ୍ଟନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଅଞ୍ଚଳବାସିଙ୍କ ସମେତ ଶତାଧିକ ପଥଚାରିମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ହନୁମାନ ବାଟିକାର ଉପଦେଷ୍ଟା ମଣ୍ଡଳିର କର୍ମକର୍ତ୍ତା ଭବାନୀ ବାଣୁଆଁ, ସନାତନ ବିଶି, ପବିତ୍ର ବିଭାର, ଜୟମନୀ ବେହେରା ପ୍ରମୁଖ ସାମିଲ ହୋଇଥିବାବେଳେ ଶଙ୍କର ପ୍ରଧାନୀ,ପ୍ରକାଶ ଛିଣ୍ଡା, ତିରୁପତି ନାଏକ, ମଳୟ ବାରିକ, ଶଙ୍କର ପ୍ରଧାନୀ, କର୍ଣ୍ଣ ମାଝୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।



