www.samajalive.in
Monday, December 8, 2025
24.1 C
Bhubaneswar

୧୨୦ ଆଳୁ ପରଟା – ପଞ୍ଜାବ ଖେଳାଳିଙ୍କ ପାଇଁ ତିଆରି କରିଥିଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍‌ସର ସହ ମାଲିକାଣୀ ପ୍ରୀତି ଜିଣ୍ଟା ଅନ୍ୟ ଦଳ ମାଲିକଙ୍କଠାରୁ ବୋଧହୁଏ ସବୁଠାରୁ ଉତ୍ସାହୀ। ତାଙ୍କ ଦଳ ଥ​‌େ​‌ର ମଧ୍ୟ ଆଇପିଏଲ୍‌ ଟ୍ରଫି ଜିତିନଥିଲେ ହେଁ ଏହା ବଲିଉଡ୍‌ ନାୟିକା ପ୍ରୀତି ଜିଣ୍ଟାଙ୍କ ଉତ୍ସାହକୁ କମ୍ କରି ପାରିନାହିଁ। ଦଳର ବିଜୟ ହେଉ ବା ପରାଜୟ; ସର୍ବଦା ଖୁସ୍‌ ମିଜାଜ୍‌ରେ ଜିଣ୍ଟାଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥାଏ। ସର୍ବଦା ପଞ୍ଜାବ କିଙ୍ଗ୍‌ସ ଖେଳାଳିଙ୍କ ସହ ପ୍ରୀତି ଅନ୍ତରଙ୍ଗ ବନ୍ଧୁ ଭଳି ବ୍ୟବହାର କରିଥାଆନ୍ତି। ଏହାର ଏକ ଉଦାହରଣ ସାମ୍‌ନାକୁ ଆସିଛି।

ନିଜେ ପ୍ରୀତି ଜିଣ୍ଟା କହିଛନ୍ତି, ଆମ ଦଳ ରହୁଥିବା ହୋଟେଲ୍‌ରେ ଥରେ ଆଲୁ ପରାଟା (ଆଳୁ ପରଟା) ମଗାଇଲି। ଅତ୍ୟନ୍ତ ନିମ୍ନମାନର ଆଳୁ ପରଟା ସେମାନେ ମୋତେ ଦେଲେ। ଏହା ଖାଇବା ଯୋଗ୍ୟ ନଥିଲା। ସେଠାକାର ରୋଷେୟାଙ୍କୁ କହିଲି- ମୁଁ ତୁମମାନଙ୍କୁ ଆଳୁ ପରଟା ତିଆରି ଶିଖାଇବି। ଏହାଶୁଣି ଆମ ପିଲା (ପଞ୍ଜାବ କିଙ୍ଗ୍‌ସ)ର ଖେଳାଳି ମୋତେ କହିଥିଲେ- ଆମ ପାଇଁ କାହିଁକି ଆଳୁ ପରଟା ତିଆରି କରୁନ? ସୋମନଙ୍କୁ କହିଲି- ଏମିତ ହୋଇପାରିବ ନାହିଁ। ତୁମେ ଯଦି ଭଲ ଖେଳି ମ୍ୟାଚ ଜିତିବ; ସମସ୍ତଙ୍କୁ ନିଜ ହାତରେ ଆଳୁ ପରଟା ତିଆରିକରି ଖୁଆଇବି। ସେମାନେ ପରବର୍ତ୍ତୀ ମ୍ୟାଚ୍‌ ଜିତିଲେ। ମୁଁ କହିଲି- ଠିକ୍‌ ଅଛି। ତୁମମାନଙ୍କ ପାଇଁ ଆଳୁ ପରଟା ତିଆରି କରିବି। ମୋଟ ୧୨୦ଟି ଆଳୁ ପରଟା ସେଦିନ ତିଆରି କରିଥିଲି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories