www.samajalive.in
Tuesday, December 9, 2025
23.1 C
Bhubaneswar

ରାଜସ୍ଥାନରେ ୨ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ରାଜସ୍ଥାନ : ମଧ୍ୟପ୍ରଦେଶ, ଛତିଶଗଡ ଓ ଆସାମ ପରେ ରାଜସ୍ଥାନ ସରକାର କୃଷକଙ୍କ ଋଣ ଛାଡ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଅଶୋକ ଗେହଲଟଙ୍କ ନେତୃତ୍ବ କଂଗ୍ରେସ ସରକାରଙ୍କ ଘୋଷଣା ଅନୁଯାୟୀ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣକୁ ଛାଡ କରାଯାଇଛି। ଏହି ଋଣ ଛାଡ ପାଇଁ ରାଜ୍ୟ ସରକାର ରାଜକୋଷରୁ ୧୮ହଜାର କୋଟି ଟଙ୍କା ହରାଇବେ। ଅଶୋକ ଗେହଲଟଙ୍କ ସରକାର କ୍ଷମତାକୁ ଆସିବାର ଦୁଇଦିନ ମଧ୍ୟରେ କୃଷି ଋଣ ଛାଡ କରିଛନ୍ତି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ସରକାରକୁ ହଟାଇ କଂଗ୍ରେସ କ୍ଷମତା ଦଖଲ କରିଛି। ଏହିସବୁ ରାଜ୍ୟରେ କଂଗ୍ରେସ କୃଷି ଋଣ ଛାଡ କରିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଏପରି କି କ୍ଷମତାକୁ ଆସିବାର ୧୦ଦିନ ମଧ୍ୟରେ କୃଷି ଋଣ ଛାଡ କରାଯିବ ବୋଲି କୁହାଯାଇଥିଲା। ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନର ମାତ୍ର କେଇ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ଘୋଷଣା କରାଯାଇଥିଲା। ମଙ୍ଗଳବାର ଆସାମର କଂଗ୍ରେସ ସରକାର ୬୦୦କୋଟି ଟଙ୍କାର କୃଷି ଋଣ ଛାଡ ଘୋଷଣା କରିଛନ୍ତି। ଯେଉଁଥିରେ ୮ଲକ୍ଷ କୃଷକଙ୍କ ଉପକୃତ ହେବେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories