www.samajalive.in
Sunday, December 14, 2025
26.1 C
Bhubaneswar

ସ୍କୁଟି ସହ ୮୮ଲିଟର ମଦ ଜବତ, ୨ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୮ଲିଟର ମଦ ସହିତ ମଦଚାଲାଣ କରୁଥିବା ଏକ ସ୍କୁଟି ଜବତ କରାଯିବା ସଙ୍ଗେ ସଙ୍ଗେ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହ ଓ ନିରୀକ୍ଷକ ହେମନ୍ତ ମହାନନ୍ଦିଆଙ୍କ ନେତୃତ୍ୱରେ ଏକ ସ୍କାର୍ଡ ଶୁକ୍ରବାର ମୁଣ୍ଡଳି ରାସ୍ତାରେ ପଇଁତରା ମାରୁଥିବାବେଳେ କାଇପୁଡିଆ ନିକଟସ୍ଥ ମଙ୍ଗଳା ମନ୍ଦିର ପାଖରେ ସ୍କୁଟିରେ ମଦଚାଲାଣ କରୁଥିବା କାଇପୁଡିଆ ଗ୍ରାମର ରାମଚନ୍ଦ୍ର ସାହୁଙ୍କୁ ଧରିବା ସହିତ ସ୍କୁଟି ସହିତ ୬୬ଲିଟର ଦେଶୀମଦ ଜବତ କରିଥିଲେ।

ସେହିପରି କଟକିଆସାହି ପଞ୍ଚାୟତର ବଉଳପଦା ଗ୍ରାମ ନିକଟରୁ ଶ୍ରୁତିଧର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ୨୨ ଲିଟର ଦେଶୀମଦ ଜବତ କରାଯାଇଥିଲା।  ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏହି ଚଢାଉରେ ଉପନିରୀକ୍ଷକ ଅରୁଣ କୁମାର ଭୋଇ, ସହକାରୀ ଉପନିରୀକ୍ଷକ ସନାତନ ବେହେରା ଓ ସନ୍ତୋଷ କୁମାର ମହାରଣା ଅଂଶଗ୍ରହଣ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories