www.samajalive.in
Monday, December 8, 2025
13.1 C
Bhubaneswar

ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଆଠଗଡ: ଆଠଗଡ ବନାଞ୍ଚଳ ଅଧିନ କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ଗୋଡିସାହି ନିକଟରେ ଏକ ପରିତ୍ୟକ୍ତ ବଡ କୂଅ ଭିତରେ ଗତ ୩ଦିନ ହେବ ଏକ ଅଜଗର ପଡିଯାଇଥିଲେ ମଧ୍ୟ ତାକୁ ବନବିଭାଗ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।

ଆଠଗଡ ରେଞ୍ଜର ରବିନ୍ଦ୍ର କୁମାର ମଲ୍ଲିକ ଏ ସଂପର୍କରେ ସ୍ନେକ ହେଲ୍ପଲାଇନର ରାଜ୍ୟ ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହାୟତା ଲୋଡିଥିଲେ। ଶୁଭେନ୍ଦୁ ତାଙ୍କ ସ୍ନେକ ହେଲ୍ପଲାଇନ ସଂସ୍ଥାର ୪ଜଣ ସଦସ୍ୟଙ୍କୁ ଉକ୍ତ ଅଜଗର ସାପକୁ ଉଦ୍ଧାର କରିବା ପାଇଁ ଶୁକ୍ରବାର ସକାଳେ ପଠାଇଥିଲେ।

- Advertisement -

ସ୍ନେକ ହେଲ୍ପଲାଇନର ସଦସ୍ୟ ଲଳିତ ମୋହନ ପଣ୍ଡା, ଅସିତ୍‌‌ କୁମାର ପ୍ରଧାନ, ଅମିତ ସାହୁ ଓ ସ୍ମୃତିରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ôଚ ଅଜଗରଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ବାମ୍ଫି ମଧ୍ୟରେ ଥିବା ଇଟା ପଥର ଖୋଲରେ ୧୨ ଫୁଟ ଲମ୍ବର ଅଜଗରଟି ଲୁଚି ରହିଥିବାରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଲଳିତ ଓ ଅସିତ୍‌‌ କୂଅକୁ ମଧ୍ୟକୁ ପ୍ରବେଶ କରି ସାପଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ବେଳେ ତାହା ସେମାନଙ୍କୁ ଆକ୍ରମଣ କରିଥିଲା। ପୁରା ମୁହଁ ଘୋଡା ହେଲମେଟ ପିନ୍ଧିଥିବାରୁ ସାପ ଆକ୍ରମଣରୁ ରକ୍ଷା ପାଇଥିଲେ।

ବହୁ କଷ୍ଟ ସ୍ୱୀକାର କରିି ସାପଟିକୁ ଉଦ୍ଧାର କରି କୂଅରୁ ବାହର କରିଆଣିଥିଲେ। ସଦର ବନପାଳ ସବିତା ରାଉତ, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସହାୟତାରେ ଅଜଗରଟିକୁ ଖୁଣ୍ଟୁଣୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories