bjd gruha runa banner

୨ ବାଇକ ଧକ୍କାରେ ୨ ମୃତ

bjd  ek lkhya koti banner

କଣ୍ଟାବାଞ୍ଜି: ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ମୃତକ ୨ ଜଣ ହେଲେ ଡଙ୍ଗାମରା ଗାଁ ର ଉତ୍ତମ ବନଛୋର ଏବଂ  ପିପଲମୁଣ୍ଡା ଗାଁ ର ଧନୁର୍ଜୟ ଝାଙ୍କର. ବାଇକ ରେ ଥିବା ୩ ଜଣ ହେଲେ ତୁଲାରାମ ମଲ୍ଲିକ, କୁକୁଡାହାଡ଼ ଗାଁ ର  ଅଭିମନ୍ୟୁ ବନଛୋର  ଏବଂ ପବିତ୍ର କୂଅଁର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

Comments are closed.