nua o banner

ରାଜ୍ୟର ଚର୍ଚ୍ଚିତ ନିର୍ବାଚନୀ କ୍ଷେତ୍ର ପାଲଟିଛି ସମ୍ବଲପୁର

BSKY banner  750×100

ସମ୍ବଲପୁର:  ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିର ମହୋଲ ଆହୁରି ସରଗରମ ହେବାରେ ଲାଗିଛି । ନିର୍ବାଚନୀ କ୍ଷେତ୍ରରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି ପଡିଛନ୍ତି ନେତା । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟର ଚର୍ଚ୍ଚିତ ନିର୍ବାଚନୀ କ୍ଷେତ୍ର ପାଲଟିଛି ସମ୍ବଲପୁର । ସମସ୍ତଙ୍କ ନଜର ଏବେ ଏହି ଜିଲ୍ଲା ଉପରେ । କାରଣ ବିକାଶର ହୁଙ୍କାପିଟା ଆବାଜ କରୁଥିବା ଧର୍ମେନ୍ଦ୍ରଙ୍କୁ ଚେକ୍ ମେଟ୍ କରିବାକୁ ରଣାଙ୍ଗନକୁ ଓହ୍ଲାଇଛନ୍ତି ରାଜ୍ୟର ଦକ୍ଷ ନେତୃତ୍ୱ ତଥା ପ୍ରଣବ ପ୍ରକାଶ ଦାସ । ସେହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ମଇଦାନରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ରାଜ୍ୟ ରାଜନୀତିର ଚାଣକ୍ୟ ଭାବରେ ପରିଚିତ ଏହି ଦୁଇ ନେତାଙ୍କ ଯୋଡ଼ି ବିରୋଧୀଙ୍କୁ କେମିତି ଘାଇଲା କରିବ ତାକୁ ନେଇ ଏବେ ସମ୍ୱଲପୁରରେ ନାନା ଆଲୋଚନା ଚାଲିଛି।

ଯଦି ଆମେ ସମ୍ବଲପୁର କଥା ଦେଖିବା ତାହେଲେ ଗତ ୫ବର୍ଷ ଏଠାରେ ଜନତା ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିକୁ ଭରସା କରିଥିଲେ।ହେଲେ ବିକାଶ କଥା ଛାଡନ୍ତୁ ବିଧାୟକ ଓ ସାଂସଦ ସମ୍ବଲପୁରରେ ଦେଖା ଗଲେ ନାହିଁ। ଏଥର ପୁଣି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେପି ତରଫରୁ ଜୟ ନାରାୟଣ ମିଶ୍ରଙ୍କ ନା ଘୋଷଣା କରିଛି ଦଳ। ଗତ ୫ବର୍ଷ ହେବ ଜୟଙ୍କ ଦେଖା ନଥିବାବେଳେ ପୁଣି ଲୋକଙ୍କୁ ଆଶୀର୍ବାଦ ମାଗିବେ। ହେଲେ ତାହା କେତେ ସମିଚୀନ ତାହା ସମସ୍ତଙ୍କୁ ଜଣା। ସେହିପରି କଂଗ୍ରେସ ତରଫରୁ ଯେଉଁ ପ୍ରାର୍ଥୀଙ୍କ ନା ଘୋଷଣା କରାଗଲେ ହେଁ ଏହି ଦୁଇଜଣଙ୍କୁ ସାମ୍ନା କରି ମାତ୍ରାଧିକ ଭୋଟରେ ଜିତିବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଖୋଲା ଆହ୍ବାନ ଦେଇଛନ୍ତି। ସମ୍ବଲପୁରର ବିକାଶରେ ଏହି ଦୁଇ ନେତା ସାରଥୀ ସାଜିବେ ବୋଲି ଜୋର୍ ସୋର ଚର୍ଚ୍ଚା ହେଉଛି।ଚିରାଚରିତ ଢଙ୍ଗରେ ଦାଗି ନେତାଙ୍କୁ ଆଦରି ନେଇ ବିଜେପି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି । ଅପରପକ୍ଷେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏଥର ଲୋକସଭା କ୍ଷେତ୍ର ପାଇଁ ସମ୍ବଲପୁର ଉପରେ ଆଶା ପ୍ରକଟ କରିଛନ୍ତି । ହେଲେ ତାଙ୍କୁ ପରାସ୍ତ କରିବାକୁ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଭାଇଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଦଳ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ତେବେ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଭାବରେ ଏହି ଦୁଇ ନେତାଙ୍କୁ ପାଇ ସମ୍ବଲପୁର ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ଜନମତ ପ୍ରକାଶ ପାଉଛି।

କେବଳ ସମ୍ବଲପୁର ନୁହେଁ ଅନ୍ୟ ୭ ଟି ଆସନରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟରେ ରୂପାନ୍ତରଣର ବାର୍ତ୍ତା ନେଇ ଲୋକଙ୍କ ବିଜେଡି ପାଖକୁ ପହଞ୍ଚିବ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡା, ପର୍ଯ୍ୟଟନ, ନାରୀ ସଶକ୍ତିକରଣ ସମସ୍ତ କ୍ଷେତ୍ରରେ ରୂପାନ୍ତରଣର ସ୍ପର୍ଶ ହୋଇଛି । ବିଜୁ ସ୍ବାସ୍ଥ୍ୟ କାର୍ଡ, ମିଶନ ଶକ୍ତି, ଆମ ହସ୍ପିଟାଲ, ଭଳି ଅନେକ ଲୋକାଭିମୁଖୀ ଯୋଜନାରେ ଲକ୍ଷାଧିକ ମହିଳା ମାନେ ଉପକୃତ ହୋଇ ପାରିଛନ୍ତି।

ଏହି ସବୁ ବିକାଶର ବ୍ଲୁ ପ୍ରିଣ୍ଟ ନେଇ ବିଜୁ ଜନତା ଦଳ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବା ବେଳେ ପ୍ରସଙ୍ଗ ବିହୀନ ରାଜନୀତିରେ ମାତିଛି ବିଜେପି । ଏଠାରେ ଉଲ୍ଲଖଯୋଗ୍ୟ ଯେ ପ୍ରସନ୍ନ ଆଚାର୍ଯ୍ୟ ୩ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଭାବେ ରହିଆସିଛନ୍ତି । ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଦାୟିତ୍ଵରେ ଥିଲେ ।

କଂଗ୍ରେସର ଗଡ କୁହାଯାଉଥିବା ସମ୍ବଲପୁର ଲୋକସଭା ଆସନରୁ ୧୯୯୮ରେ ବିଜେଡିରୁ ବିଜୟ ହୋଇଥିଲେ ପ୍ରସନ୍ନ। ଏହା ପରେ ଆଉ ୨ ଥର ୧୯୯୯ ଓ ୨୦୦୪ରେ ସମ୍ବଲପୁର ଲୋକସଭା ଆସନରୁ ମୋଟ ୩ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ରେ ସେ ରେଢ଼ାଖୋଲ ବିଧାନସଭା ଆସନରେ ବାଜିମାରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ବାସ୍ଥ୍ୟ ଓ ଅର୍ଥ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ବରେ ରହିଥିଲେ।

ଏହାପରେ ୨୦୧୬ରେ ଦଳ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା। ସେ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳର ନେତା ଭାବେ ମଧ୍ୟ କାମ କରିଛନ୍ତି। ସେହିଭଳି ଯାଜପୁରର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଭାବରେ ଦାୟିତ୍ଵ ନିର୍ବାହ କରୁଛନ୍ତି । ଏହି ଦୁଇ ଜଣଙ୍କ ଯୋଡ଼ିକୁ ନେଇ ବର୍ତ୍ତମାନ ସମ୍ବଲପୁର ରାଜନୀତି ଉଠୁଛି ପଡୁଛି । ତେବେ ପ୍ରଣବ-ପ୍ରସନ୍ନଙ୍କ ଯୋଡ଼ିକୁ ବିରୋଧୀ କେମିତି ସାମ୍ନା କରିବେ ତାହା ଦେଖିବାକୁ ବାକି ରହିଲା ।

Comments are closed.