www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ଅଧସ୍ତନ ଅଧିକାରୀଙ୍କ ବିରୋଧରେ ଏତଲା

ଡେସ୍କ: ଦୁର୍ନୀତି ପ୍ରମାଣ ଚୋରି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଏବଂ ତାଙ୍କ ଅଧୀନସ୍ଥ ୱାଇଭିଭିଜେ ରାଜଶେଖରଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଉତ୍ତରାଖଣ୍ଡର ଆଲମୋଡ଼ାର ଏକ ଅଦାଲତକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ଲିଜାଣ୍ଟ ଭ୍ୟାଲି ଫାଉଣ୍ଡେସନ୍’ ଅଭିଯୋଗ କରିବା ପରେ ଅଧିକାରୀମାନେ ୪ ଜଣଙ୍କୁ ପଠାଇ ଏକ ବିଦ୍ୟାଳୟରୁ ଦୁର୍ନୀତି ମାମଲାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଯାଇଥିଲେ।

ନଦୀରେ ବୁଡ଼ି ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

- Advertisement -

ଅଭିଯୋଗ ଅନୁଯାୟୀ, ଗତ ଫେବ୍ରୁଆରି ୧୪ ତାରିଖରେ ଏହି ୪ ଜଣ ବ୍ୟକ୍ତି ପ୍ଲିଜାଣ୍ଟ ଭ୍ୟାଲି ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଦାଦାକଡ଼ା ଗ୍ରାମରେ ଥିବା ଏକ ବିଦ୍ୟାଳୟକୁ ଯାଇ ଏନଜିଓର ଯୁଗ୍ମ ସଚିବଙ୍କ କାର୍ଯ୍ୟାଳୟ ଚାମ୍ବର ଭଙ୍ଗାରୁଜା କରିଥିଲେ। ଏହାପରେ ସେମାନେ କୁମାର ଓ ରାଜଶେଖରଙ୍କ ଦୁର୍ନୀତିରେ ସମ୍ପୃକ୍ତି ଥିବାର ପ୍ରମାଣ ଥିବା ଫାଇଲ, ଦସ୍ତାବିଜ, ରେକର୍ଡ ଏବଂ ପେନ୍ ଡ୍ରାଇଭ୍ ବଳପୂର୍ବକ ନେଇଯାଇଥିଲେ।

ଭିଜିଲାନ୍ସ ବିଭାଗ ଓ ଅନ୍ୟାନ୍ୟ ଫୋରମରେ ଏନ୍ଜିଓ ଅଧିକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ଦୁର୍ନୀତି ଅଭିଯୋଗ ତୁରନ୍ତ ପ୍ରତ୍ୟାହାର କରା ନଗଲେ ସେମାନଙ୍କୁ ଫସାଇ ଦିଆଯିବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ୪ ଜଣ ଅଧିକାରୀ ସେମାନଙ୍କ ସହିତ ଆଣିଥିବା ଲିଖିତ ଦସ୍ତାବିଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ପ୍ରତିବାଦ କରିବାରୁ ସେମାନେ ନଗଦ ୬୩ ହଜାର ଟଙ୍କା ନେଇଯାଇଥିଲେ।

ଅଧିକାରୀଙ୍କ ବିରୋଧରେ ଆଇପିସିର ଧାରା ୩୯୨ (ଡକାୟତି), ୪୪୭ (ଅପରାଧିକ ଅନୁପ୍ରବେଶ), ୧୨୦ବି (ଅପରାଧିକ ଷଡ଼ଯନ୍ତ୍ର), ୫୦୪ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ ଅପରାଧିକ ଧମକ) ଏବଂ ଏସସି/ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories