www.samajalive.in
Monday, December 8, 2025
27.1 C
Bhubaneswar

ନଦୀରେ ବୁଡ଼ି ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଚୌଦ୍ୱାର: ବିରୂପା ନଦୀରେ ଗାଧୋଉଥିବା ବେଳେ ଚୌଦ୍ୱାରର ୨ଜଣ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଚୌଦ୍ୱାର ପୌରପାଳିକା ୩ନଂ ୱାର୍ଡ ଖର୍ଦ୍ଦା ସାହିର ଦୁଇ ସାଙ୍ଗ ମୟଙ୍କ ସାହୁ (୧୮) ଓ କୃଷ୍ନଚନ୍ଦ୍ର ସାହୁ (୨୦) ଶୁକ୍ରବାର ଦିନ ୧୨ଟା ସମୟରେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉ ଥିବା ସମୟରେ ପାଣି ସୁଅରେ ତଳକୁ ଭାସି ଯାଇଥିଲେ। ଭାସି ଯାଉଥିବା ବେଳେ ସେମାନେ ଚିତ୍କାର କରି ଡାକ ପକାଇଥିବାରୁ ଆଖପାଖରେ ଗାଧୋଉଥିବା କିଛି ଯୁବକ ବୁଡ଼ି ଯାଉଥିବା ଯୁବକ ଦ୍ୱୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଦିଲ୍ଲୀ ଅବକାରୀ ନୀତି ମାମଲା – ଏପ୍ରିଲ ୧୫ ଯାଏଁ ସିବିଆଇ ହେପାଜତରେ କେ କବିତା

- Advertisement -

ଖବରପାଇ ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୃଷ୍ନଚନ୍ଦ୍ରଙ୍କୁ କଟକ ବଡ ଡାକ୍ତରଖାନା ନେଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ କୃଷ୍ନଚନ୍ଦ୍ରର ମୃତ୍ୟୁ ହୋଇଥିବା ଚୌଦ୍ୱାର ଅଗ୍ନଶମ ଅଧିକାରୀ ବିଷ୍ନୁ ପ୍ରସାଦ ଦାସ କହିଛନ୍ତି। ଅନ୍ୟପଟେ ମୟଙ୍କଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଚୌଦ୍ୱାରର ଏକ ଘରୋଇ ଡାକ୍ତରଖାନା ଏବଂ ପରେ କଟକ ବଡ ମେଡିକାଲ ନେଇ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୁଚନାଯୋଗ୍ୟ କୃଷ୍ନଚନ୍ଦ୍ର ଚୌଦ୍ୱାର କଲେଜରେ ଯୁକ୍ତ ୩ କଳାରେ ପାଠ ପଢ଼ୁଥିବା ବେଳେ ମୟଙ୍କ ଧବଳେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଥିଲେ। ଉଭୟ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ଚୌଦ୍ୱାର ଅଣାଯାଇ ଶୋକାକୁଳ ପରିବେଶରେ ଚାଟେଶ୍ୱର ଶ୍ମଶାନରେ ସତ୍କାର କରାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories