www.samajalive.in
Monday, December 8, 2025
20.1 C
Bhubaneswar

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩୦ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦୁଝରଗଡ଼: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କେନ୍ଦୁଝର ଶାଖା ପକ୍ଷରୁ ଶୁକ୍ରବାର ୧୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ଶାଖା ମୁଖ୍ୟ ପରିଚାଳକ ଚର୍ତୁଭୁଜ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଧପୁରସ୍ଥିତ ମୁଖ୍ୟ ଶାଖାରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଅବସରରେ ସନ୍ଧ୍ୟାରେ ବ୍ୟାଙ୍କ ପରିସରରେ ଗ୍ରାହକଙ୍କୁ ନେଇ ଏକ ସଚେତନତା ସଭା ଆୟୋଜନ କରାଯାଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ବ୍ୟାଙ୍କିଂ ସେବା ସମ୍ପର୍କରେ ଅବଗତ କରିବା ସହ ଡିଜିଟାଲ ବ୍ୟାଙ୍କିଂ ସେବାର ଫାଇଦା ନେବାକୁ ଗ୍ରାହକ ମାନଙ୍କୁ ଅବଗତ କରାଯାଇଥିଲା। ମୁଖ୍ୟ ଶାଖାର ବରିଷ୍ଠ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କ ସମେତ ରମାକାନ୍ତ ନାଏକ, ବରିଷ୍ଠ ପରିଚାଳକ ସୁବୋଧ କୁମାର ରାଉତ, ପ୍ରଦୀପ କୁମାର ସାହୁ, ଲିଲି ମୁର୍ମୁ, ରମାକାନ୍ତ ନାଏକ, ଗୌରୀଶଙ୍କର ସାହୁ, ଚିନ୍ମୟ ନାଏକ ପ୍ରମୁଖ ବ୍ୟାଙ୍କର ଗ୍ରାହକ ଓ ସହରର ବରିଷ୍ଠ ନାଗରିକଙ୍କୁ ନେଇ ମୁଖ୍ୟ କାର୍ଯ୍ୟାଳୟରେ ଏକ ନିରାଡମ୍ବର ଉତ୍ସବ ଆୟୋଜନ କରାଯାଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories