www.samajalive.in
Monday, December 8, 2025
13.1 C
Bhubaneswar

ପରମାଣୁ ବୋମା ନିଜ ଆଖପାଖର କେତେ ଦୂର ଅଞ୍ଚଳକୁ ବିନାଶ କରିଦିଏ? ଦେଖନ୍ତୁ ବିରଳ ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ପରମାଣୁ କ୍ଷମତା ସମ୍ପନ୍ନ ଦେଶମାନଙ୍କରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ସମଗ୍ର ବିଶ୍ୱ ଚିନ୍ତିତ ହୋଇଯାଏ। କାରଣ ପରମାଣୁ ବୋମାର ଶକ୍ତି ବିଷୟରେ ବିଶ୍ୱ ଅବଗତ। କୌଣସି ସ୍ଥାନରେ ପରମାଣୁ ଆକ୍ରମଣ ହେଲେ ତା’ର ଆଖପାଖ ଅନେକ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଏହାଦ୍ଵାରା ପ୍ରଭାବିତ ହୁଏ। ଯେଉଁଠାରେ ପରମାଣୁ ବୋମା ପଡେ ସେଠାରେ ପ୍ରବଳ ଉତ୍ତାପ ସହ ରେଡିଏଶନ୍ ବାହାରିଥାଏ,  ଯାହାକି ସେହି ଅଞ୍ଚଳର ଲୋକଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ।

ଯେତେବେଳେ ପ୍ରଥମଥର ପାଇଁ ପରମାଣୁ ବୋମାର ଉଦ୍ଭାବକ ଓପେନହାଇମର ତାଙ୍କ ୨୧ କିଲୋଟନ୍ ଟିଏନଟି ଶକ୍ତି ସମ୍ପନ୍ନ ପରମାଣୁ ବୋମାର ପରୀକ୍ଷା ପାଇଁ ତାକୁ ବିସ୍ଫୋରଣ କରିଥିଲେ, ସେତେବେଳେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ମଧ୍ୟ ଫିକା ପଡ଼ି ଯାଇଥିଲା। ୧୬୦ କିଲୋମିଟର ପର୍ଯ୍ୟନ୍ତ ଏହି ବିସ୍ଫୋରଣ ଅନୁଭୂତ ହୋଇଥିଲା। ସେହିପରି ଯେଉଁଠାରେ ପରମାଣୁ ବୋମା ପଡିଥିଲା, ​​ସେହି ସ୍ଥାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେହି ସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ସମସ୍ତେ ଏହାର ଶବ୍ଦରେ ଥରି ଉଠନ୍ତି।

- Advertisement -

ପରମାଣୁ ଆକ୍ରମଣ କେତେ ଭୟଙ୍କର ଏହା ତା’ର ଏହି ଭିଡିଓ ଦେଖି ଅନୁମାନ କରିହେବ। ପରମାଣୁ ଆକ୍ରମଣ ସମୟରେ ସେହି ସ୍ଥାନରେ ମାଟିରୁ ଊର୍ଦ୍ଧ୍ବଗାମୀ ଏକ ବିଶାଳ ଧୂଳି ଝଡ଼ ସୃଷ୍ଟି ହୋଇଥାଏ। ବହୁ ଦୂର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଯାଇଥାଏ। ଏହି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ପରମାଣୁ ବୋମା ପଡିବା ପରେ ହଠାତ୍ ସମୁଦ୍ରର ନୀଳ ଜଳ ମଧ୍ୟରେ ଏକ ଛାତିଥରା ବିସ୍ଫୋରଣ ହେଉଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଅଞ୍ଚଳ ଏହା ଦ୍ୱାରା ପ୍ରଭାବିତ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ, ଆଖପାଖର ଡଙ୍ଗାଗୁଡ଼ିକ ଛିନ୍‌ ଛତର୍‌ ହୋଇଯାଉଛି। ଏଥିସହ ଆକାଶ ସଂପୂର୍ଣ୍ଣ କଳା ଧୂଆଁରେ ପରିପୂର୍ଣ୍ଣ ହୋଇଯାଉଛି। ଚିନ୍ତା କରନ୍ତୁ ଯେତେବେଳେ ପରୀକ୍ଷା ଏତେ ଭୟାନକ, ସେତେବେଳେ ପରମାଣୁ ଆକ୍ରମଣ ହେଉଥିବା ଅଞ୍ଚଳ ଏବଂ ଲୋକମାନଙ୍କ ଅବସ୍ଥା କେତେ ଶୋଚନୀୟ ହେଉଥିବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories