www.samajalive.in
Sunday, December 14, 2025
14.1 C
Bhubaneswar

ବିରଳ ସଂଯୋଗ: ପରୀକ୍ଷାରେ ଯାଆଁଳା ଭଉଣୀ ରଖିଲେ ସମାନ ନମ୍ବର

ସମାଜ ଡିଜିଟାଲ ଡେସ୍କ: ଅଧିକାଂଶ ସମୟରେ ଆମେ ଦେଖିଛେ ଯେ ଯାଆଁଳା ମାନେ ସବୁବେଳେ ସମାନ ଭାବେ ଦେଖାଯାଆନ୍ତି ଓ ସେମାନଙ୍କର ଚାଲିଚଳଣି ମଧ୍ୟ ସମାନ ରହିଥାଏ। ହେଲେ ପାଠପଢାରେ କେହି କେହି ଭିନ୍ନ ଥାନ୍ତି। ଦୁଇ ମିନିଟ୍‌‌ ବ୍ୟବଧାନରେ ଜନ୍ମ ହୋଇଥିବା ଏହି ଯାଆଁଳା ଭଉଣୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଭାଗ୍ୟର କଥା କହିବା ବା ବିରଳ ସଂଯୋଗ, ଉଭୟ ପରୀକ୍ଷା ଫଳାଫଳରେ ମଧ୍ୟ ସମାନ ନମ୍ବର ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଦୁଇ ଯାଆଁଳା ଭଉଣୀ ହେଉଛନ୍ତି କର୍ଣ୍ଣାଟକର ହାସନ ଅଂଚଳରେ ରହୁଥିବା ଚୁକ୍କି ଏବଂ ଇବ୍ୱାନୀ ଚନ୍ଦ୍ର କେ.ଭି। ଦୁଇ ମିନିଟ୍‌‌ ବ୍ୟବଧାନରେ ଜନ୍ମ ଗ୍ରହଣ କରିଥିବା ଏହି ଯାଆଁଳା ଭଉଣୀ ଯୁକ୍ତ ୨ ପରୀକ୍ଷାରେ ସମାନ ନମ୍ବର(୫୭୧/୬୦୦) ରଖିଥିଲେ। ବୁଧବାର ଫଳାଫଳ ପ୍ରକାଶ ପାଇବା ପରେ ଏହି ନମ୍ବର ଦେଖି ଉଭୟ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ହୋଇଥିଲେ। ଉଭୟ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ।
ଖାଲି ସେତିକି ନୁହେଁ ଦୁଇ ବର୍ଷ ପୂର୍ବେ ଉଭୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମଧ୍ୟ ୬୨୦/୬୨୫ ସମାନ ନମ୍ବର ରଖିଥିଲେ। ଏହାକୁ ନେଇ ଚୁକ୍କି କହିଛନ୍ତି ଯେ ହୁଏତ ଏହା ଏକ ସଙ୍କେତ ହୋଇଥାଇପାରେ। ହେଲେ ଆମେ ମଧ୍ୟ ଜାଣିନାହୁଁ ଏପରି କିଭଳି ସମ୍ବବ ହେଲା। ୯୭ପ୍ରତିଶତରୁ ଅଧିକ ମାର୍କ ରହିବ ବୋଲି ଆଶା କରିଥିଲୁ ଯାହା ଆମକୁ ମିଳିଛି। ଦୁହେଁ ସମାନ ନମ୍ବର ରଖିଥିବାରୁ ଏହା ଏକ ବିରଳ ସଂଯୋଗ ବୋଲି କହିଛନ୍ତି। ଚୁକ୍କି ବର୍ତ୍ତମାନ ନିଟ୍‌‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଆଗକୁ ଦୁଇ ଭଉଣୀ ମେଡିସିନ୍‌‌ କିମ୍ବା ଇଞ୍ଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢିବାକୁ ଲକ୍ଷ୍ୟ ରଖିଛନ୍ତି। ନିଟ୍‌‌ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ କଠିନ ପରିଶ୍ରମ କରୁଛନ୍ତି। ଏହାସହିତ ଦୁଇ ଭଉଣୀଙ୍କୁ ଖେଳ, ନୃତ୍ୟ ଓ ସଙ୍ଗିତ ପ୍ରତି ରୁଚି ରହିଛି।
ଯାଆଁଳା ଝିଅଙ୍କ ଏଭଳି ସଫଳତା ଦେଖି ଖୁସି ହୋଇଥିଲେ ପରିବାର ସଦସ୍ୟ। ଚୁକ୍କିଙ୍କ ପିତା ବିନୋଦ ଚନ୍ଦ୍ର ଆଶ୍ଚର୍ଯ୍ୟ ହେବା ସହିତ ଝିଅଙ୍କ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ଦୁଇ ଭଉଣୀ କଠିନ ପରିଶ୍ରମ କରୁଥିଲେ, ଏବେ ସମାନ ପ୍ରତିଶତ ମାର୍କ ରଖିଛନ୍ତି କିନ୍ତୁ ବିଭିନ୍ନ ବିଷୟରେ ଭିନ୍ନ ଭିନ୍ନ ନମ୍ବର ରହିଥିଲା। ଇବ୍ୱାନୀ ତାଙ୍କ ବଡ ଭଉଣୀ ଚୁକ୍କିଙ୍କ ଅପେକ୍ଷା ମାତୃଭାଷାରେ ଅଧିକ ନମ୍ବର ରଖିଥିବା ବେଳେ ଉଭୟ ବିଜ୍ଞାନରେ ପାଖାପାଖି ନମ୍ବର ରଖିଥିଲେ। ଦୁଇ ଭଉଣୀ ସର୍ବଦା ଏକାଠି ରୁହନ୍ତୁ ଏକାଠି ସବୁ କାମ କରିବାକୁ ଭଲ ପାଆନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories