ଇସ୍ତଫା ଦେଲେ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରୀ ରାଜକୁମାର ଆନନ୍ଦ, ଦଳ ବି ଛାଡ଼ିଲେ
ନୂଆଦିଲ୍ଲୀ: ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜକୁମାର ଆନନ୍ଦ ନିଜ ପଦ ସହ ଦଳରୁ ଇସ୍ତଫା ଦେଇଛନ୍ତି। ରାଜକୁମାର ଆନନ୍ଦ କହିଛନ୍ତି, ଆମ୍ ଆଦମୀ ପାର୍ଟିରେ ଦଳିତ ବିଧାୟକ କିମ୍ବା କାଉନସିଲରଙ୍କର କୌଣସି ସମ୍ମାନ ନାହିଁ। ଦଳିତମାନଙ୍କୁ ପ୍ରମୁଖ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ। ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ। ସୂଚନାଯୋଗ୍ୟ, ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ରାଜ କୁମାର ଆନନ୍ଦଙ୍କୁ ୨୦୨୨ରେ କେଜ୍ରିୱାଲ ସରକାରଙ୍କ ସାମାଜିକ କଲ୍ୟାଣ ବିଭାଗର ମନ୍ତ୍ରୀ କରାଯାଇଥିଲା।
Comments are closed.