www.samajalive.in
Monday, December 8, 2025
16.1 C
Bhubaneswar

ଅନ୍‍ଲାଇନରେ ମହାପ୍ରସାଦ ବିକ୍ରି ବିବାଦ: ପୁଲିସ ତଦନ୍ତ ପାଇଁ ମନ୍ଦିର ପ୍ରଶାସନର ସୁପାରିସ

 ପୁରୀ : ଅନ୍‍ଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ପୁଲିସ ତଦନ୍ତ ପାଇଁ ମଙ୍ଗଳବାର ସୁପାରିସ କରାଯାଇଛି । ଅନଧିକୃତ ଭାବେ ଏପରି କାର୍ଯ୍ୟ କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ବମିଖାଲ ଅଞ୍ଚଳର ୨ଜଣ ବ୍ୟକ୍ତି ‘ପୁରୀ ଭୋଗ ଡଟ୍‍କମ୍‍’ ନାମରେ ୱେବସାଇଟ୍‌ ଖୋଲି ଗତ ନଭେମ୍ବର ୧୪ରେ ମହାପ୍ରସାଦ ଦରତାଲିକା ପ୍ରକାଶ କରିଥିଲେ। ଅନ୍‍ଲାଇନରେ ଅବଢ଼ା ଯୋଗାଇବାକୁ ସେମାନେ ଲୋକଙ୍କଠାରୁ ଅର୍ଡର ନେବା ସହ ଅର୍ଥ ଆଦାୟ କରୁଥିବା
ଅଭିଯୋଗ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ନାମରେ ଅନ୍ନବ୍ୟଞ୍ଜନ ପଲିଥିନ ଜରିରେ ପ୍ୟାକିଂ କରି ସେମାନେ ବାହାରକୁ ପଠାଉଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଥିଲେ। ୱେବସାଇଟରେ ଦୁଇଟି ମୋବାଇଲ ନମ୍ବର ଦିଆଯାଇଥିଲା । ଅବଢ଼ା କିଣିବାକୁ ଚାହୁଁଥିବା ବ୍ୟକ୍ତି ଅଗ୍ରିମ ଆକାରରେ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରିବାକୁ ପୁରୀଭୋଗ ଡଟ୍‍କମ୍‍ ପକ୍ଷରୁ କୁହାଯାଇଥିଲା। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ବିରୋଧରେ କେତେକ ବ୍ୟକ୍ତି ସିଂହଦ୍ୱାର ଥାନାରେ ଲିଖିତ ଏତଲା ଦେଇଥିଲେ । ଅନ୍‍ଲାଇନରେ ମହାପ୍ରସାଦ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହାକୁ ଅନୁମତି ଦିଆଯାଇନଥିବା ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ଏ ସମ୍ପର୍କରେ ଆବଶ୍ୟକ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ପୁଲିସକୁ ସୁପାରିସ କରାଯାଇଛି । ଏହିପରି ଭାବେ ଚାରି ପାଞ୍ଚୋଟି ସଂସ୍ଥା ଲୋକଙ୍କୁ ଠକୁଥିବା ପ୍ରଶାସନର ଦୃଷ୍ଟିକୁ ଆସିଛି । ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏଭଳି ବ୍ୟବସ୍ଥା କରନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେବୋଲି ପ୍ରଶାସକ (ନୀତି) ବିଶ୍ୱଜିତ ବିଶ୍ୱାଳ ପ୍ରେସ୍‍ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି । ସେହିପରି ଅନ୍‍ଲାଇନ ମାଧ୍ୟମରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ଗୋଟିଏ ସେବକ ନିଯୋଗ ବ୍ୟବସ୍ଥା କରିଥିବାରୁ ମନ୍ଦିର ପ୍ରଶାସନ ତାହାକୁ ନାପସନ୍ଦ କରିଛି । ଏହା ବିରୋଧରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପୁଲିସକୁ ପରାମର୍ଶ ଦିଆଯାଇଛି । ବିବାହ ଓ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇ ପୁରୀ ଆସିବା ପରିବର୍ତ୍ତେ ଅନ୍‍ଲାଇନ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ଉ​‌େ​‌ଦ୍ଦଶ୍ୟରେ ନିମନ୍ତ୍ରଣପତ୍ର ପଠାଇବାକୁ ଗୋଟିଏ ସେବକ ନିଯୋଗ କିଛିଦିନ ତଳେ ନିଷ୍ପତ୍ତି ନେଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମନ୍ଦିର ପ୍ରଶାସନ ପ୍ରତିକ୍ରିୟା ପ୍ରକାଶ କରିଛି । 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories