www.samajalive.in
Monday, December 8, 2025
27.1 C
Bhubaneswar

ଯନ୍ତ୍ରଣା ; ଜଳ କଷ୍ଟରେ ଜର୍ଜରିତ ୫୦ରୁ ଉର୍ଦ୍ଧ ପରିବାର

ବିଞ୍ଝାରପୁର: ଗ୍ରୀଷ୍ମ ଆରମ୍ଭରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ବିଭିନ୍ନ ସହର ମାନଙ୍କରେ ମାତ୍ରାଧିକ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଗ୍ରାମାଞ୍ଚଳରେ ଜଳକଷ୍ଟ ଜନ ଜୀବନକୁ ଆହୁରି ଯନ୍ତ୍ରଣା ଦେଉଛି। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ୫ନଂ ଓ ୯ ନଂ ୱାର୍ଡର ୫୦ରୁ ଉର୍ଦ୍ଧ ପରିବାର ଏବେ ଜଳ କଷ୍ଟରେ ଜର୍ଜରିତ ହେଉଛନ୍ତି। ଏହି ଦୁଇଟି ୱାର୍ଡର ଲୋକେ ପାନୀୟ ଜଳ ପାଇଁ ସରକାରୀ ଟ୍ୟାପ ଉପରେ ନିର୍ଭର କରୁଥିବା ବେଳେ ଟ୍ୟାପରେ କେତେବେଳେ ପାଣି ଆସୁଛି ତ କେତେବେଳେ ଆସୁନାହିଁ।

ରାସ୍ତା ଅବସ୍ଥା ଶୋଚନୀୟ ; ଶୀଘ୍ର ମରାମତି ପାଇଁ ଦାବି

- Advertisement -

ଫଳରେ ଲୋକେ ନିର୍ଦ୍ଦିଷ୍ଟ ସମୟକୁ ଅପେକ୍ଷା କରି ରହିଥାନ୍ତି। ମାତ୍ର ଦୀର୍ଘ ୩ ଦିନ ହେବ ଆଉ ଏହି ଟ୍ୟାପରେ ପାଣି ଆସୁନଥିବାରୁ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ହିନସ୍ତା ହେଉଛନ୍ତି। ଗ୍ରାମଠାରୁ ଦୂରରେ ଥିବା ତାରିଣୀ ମନ୍ଦିର ପରିସରରେ ଥିବା ଏକ ନଳକୂଅ ଏବେ ୫୦ ପରିବାରର ଜଳକଷ୍ଟ ଦୂର କରୁଛି ସତ କିନ୍ତୁ ଏଠାରୁ ପାଣି ଆଣିବାକୁ ଗ୍ରାମର ମହିଳା, ବୃଦ୍ଧା, ଛୋଟ ଛୋଟ ପିଲା ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଗ୍ରାମର ଦୁଇଟି ସରକାରୀ ନଳକୂଅ ସ୍ଥାପନ ପାଇଁ ଗ୍ରାମବାସୀ ମାନେ ବହୁବାର ବିଭାଗିୟ ଅଧିକାରୀ ମାନଙ୍କ ନିକଟରେ ଦାବି କରି ଆସୁ ଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ।

ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ


ଅନ୍ୟପକ୍ଷରେ ବିଞ୍ଝାରପୁର ବ୍ଲକର ୨୯ ପଞ୍ଚାୟତ ବାସୀନ୍ଦାଙ୍କ ଜଳ କଷ୍ଟକୁ ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଜଳକଷ୍ଟ ଦୂର କରିବାରେ ବିଫଳ ହୋଇଛି। ଠିକା ସଂସ୍ଥା କାର୍ଯ୍ୟ କରିବାର ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାରେ ଅକ୍ଷମ ହୋଇଛି। ଲୋକଙ୍କ ସମସ୍ୟାକୁ ପ୍ରଶାସନ ଗୁରୁତ୍ୱ ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ଫଳରେ ଏହି ଗ୍ରାମର ୨ଟି ୱାର୍ଡ ବାସୀନ୍ଦା ଜଳ କଷ୍ଟ ଭୋଗ କରୁଛନ୍ତି। ଆଗକୁ ଗ୍ରୀଷ୍ମର ପ୍ରଭାବ ଆହୁରି ପ୍ରଖର ହେବ। ତେଣୁ ପ୍ରଶାସନ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ୱାର୍ଡ ବାସୀନ୍ଦା ଦାବି କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories