www.samajalive.in
Saturday, December 13, 2025
26.1 C
Bhubaneswar

ଗୁଳି ଫୁଟାଇ ଲୁଟିନେଲେ ସୁନାଗହଣା

ବାଲେଶ୍ବର: ଗୁଳି ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ସୁନାଗହଣା ଲୁଟ ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ସିଙ୍ଗଲା ଥାନା ମଚ୍ଛଦା ନିକଟରେ ବ୍ୟବସାୟୀଙ୍କଠାରୁ ୫ଜଣ ଦୁର୍ବୁତ୍ତ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବ୍ୟବସାୟୀ ଜଣକ ଲୁଟର ଶିକାର ହୋଇଛନ୍ତି। ଦୋକାନ ବନ୍ଦ କରି ଗହଣା ବ୍ୟବସାୟୀ ଘରକୁ ବାଇକରେ ଫେରୁଥିବାବେଳେ ୫ଦୁର୍ବୁତ୍ତ ଗୁଳି ତାଙ୍କଠାରୁ ସୁନାଗହଣା ଲୁଟ କରିଛନ୍ତି। ତାଙ୍କୁ ଲକ୍ଷ୍ୟ କରି ଦୁର୍ବୁତ୍ତମାନେ ଗୁଳି ଫୁଟାଇଥିବାବେଳେ ସେ ହଡ଼ବଡ଼େଇ ଯାଇ ବାଇକରୁ ତଳେ ପଡ଼ିଯାଇଥିଲେ।

ଏହାପରେ ଦୁର୍ବୁତ୍ତମାନେ ବାଇକର ଡିକି ଭାଙ୍ଗି ସୁନାଗହଣା ଲୁଟ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗହଣା ବ୍ୟବସାୟୀ ଏ ସଂକ୍ରାନ୍ତରେ ତୁରନ୍ତ ସିଙ୍ଗଲା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛି ଏବଂ ଲୁଟେରାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories