www.samajalive.in
Saturday, December 13, 2025
26.1 C
Bhubaneswar

ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନ ଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା। ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ। ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନ ଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡ଼ିଆଙ୍କ ପାଇଁ ଗମ୍ଭୀର ବିଷୟ।

ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।

- Advertisement -

ଆମର ଭୌଗୋଳିକ ସ୍ଥାନ ଗୁଡିକ ଓ ସୀମାନ୍ତ ଅଞ୍ଚଳର ପ୍ରସଙ୍ଗ ଗୁଡିକୁ ରାଜ୍ୟ ସରକାର ସମ୍ବେଦନଶୀଳତାର ସହ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର ନକରିବା ଚିନ୍ତାର ବିଷୟ । ଏହା କ’ଣ ଦୀର୍ଘ ୨୫ ବର୍ଷ ଶାସନର ରୂପାନ୍ତରଣ ? ସାଢେ ୪ କୋଟି ଓଡ଼ିଆଙ୍କ ପାଇଁ ଏହା ଅସ୍ମିତା ଓ ରାଜ୍ୟ ସ୍ୱାର୍ଥର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories