www.samajalive.in
Saturday, December 13, 2025
26.1 C
Bhubaneswar

ବାଇକରୁ ପଡି ମହିଳା ମୃତ 

କେଶଦୁରାପାଳ : ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁର ଗୋଡିପାଟଣା ଗ୍ରାମର ସଙ୍କର୍ଷଣ ସାହୁଙ୍କ ପତ୍ନୀ ସୁରମା ସାହୁ ବାଇକ ଯୋଗେ କେନ୍ଦୁଝରରୁ ପୁଅ ସରୋଜ ସହିତ ଆସୁଥିବାବେଳେ ବାଇକ କୋଳି ମାଟି ଛକ ନିକଟରେ ଏକ ଖାଲରେ ପଡିଯାଇଥିଲା । ଦ୍ରୁତଗତିରେ ଥିବାରୁ ଗାଡିକୁ ନିୟନ୍ତ୍ରଣ କରିପାରିନଥିଲେ ସରୋଜ । ଫଳରେ ଖାଲରେ ପଡି ଛିଟକି ପଡିଥିଲେ ସୁରମା । ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘସିପୁରା ପୁଲିସ ବାଇକକୁ ଜବତ କରିବା ସହ ମୃତେଦହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories