www.samajalive.in
Saturday, December 13, 2025
26.1 C
Bhubaneswar

ମହାନଦୀର ସିଦ୍ଧନାରାୟଣୀ ଘାଟରେ ବାରୁଣୀବୁଡ

ଗୁରୁଡିଝାଟିଆ: ଭାତୃତ୍ୱ,ସଂପ୍ରିତି ଓ ବନ୍ଧୁତ୍ୱର ମିଳନ ବାରୁଣୀ ବୁଡ। ଗଡଜାତ ଓ ମୋଗଲବନ୍ଦୀ ଅଞ୍ଚଳର ଜନସାଧାରଣଙ୍କ ଭିତରେ ସଦଭାବ ଓ ମୈତ୍ରୀ ପ୍ରତିଷ୍ଠା ଉଦ୍ଦେଶ୍ୟରେ ରାଜା ରାଜୁଡା ସମୟରେ ବ୍ରହ୍ମପୁର ସ୍ଥିତ ମହାନଦୀର ସିଦ୍ଧନାରୀୟଣୀ ଘାଟରେ ବିମାନରୁଢ ଦିଅଁମାନଙ୍କ ବୁଡ ଅନୁଷ୍ଠିତ ହୋଇଥାଏ।

ଅନୁରୂପ ଭାବେ ମୋଗଲବନ୍ଦୀ ଅଞ୍ଚଳ କଖଡିରେ ମହାପ୍ରଭୂ ସର୍ପେଶ୍ୱର ଓ ଧବଳେଶ୍ୱରଙ୍କ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥାଏ। ଏହା ନଦୀକୂଳ ଅଞ୍ଚଳରେ ଆଧ୍ୟାତ୍ମିକ ଭାବଧାରାକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ। ଚଳିତବର୍ଷ ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ଠାରେ ଆସନ୍ତା ଶୁକ୍ରବାର ବିଳମ୍ବିତ ରାତ୍ରୀରେ ମହାପ୍ରଭୂ ସର୍ପେଶ୍ୱର ଓ ଧବଳେଶ୍ୱରଙ୍କ ମହାମିଳନ ଅନୁଷ୍ଠିତ ହେବ। କଖଡି ଗ୍ରାମ୍ୟ କମିଟି ପକ୍ଷରୁ ଉଭୟ ଦିଅଁଙ୍କ ସହିତ ପାଶ୍ୱର୍ବର୍ତ୍ତି ଗାଁମାନଙ୍କରୁ ଆସିଥିବା ବିମାନରୁଢ ଦିଅଁଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥାଏ।

- Advertisement -

ସକାଳୁ ତଥା ଶନିବାର ସମସ୍ତ ବିମାନରୁଢ ଦିଅଁ ମହାନଦୀର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ର ସିଦ୍ଧନାରାୟଣୀ ଘାଟରେ ମିଳନ ହୋଇଥାନ୍ତି ବାରୁଣୀ ସ୍ନାନ କରିବା ନିମନ୍ତେ। ଚଳିତବର୍ଷ ବାରୁଣୀ ସ୍ନାନ ଶନିବାର ୬ ତାରିଖ ଦିନ ୧୧ଟା ୪୫ ମିନିଟ ସମୟରେ ଅନୁଷ୍ଠିତ ହେବାର ଧାର୍ଯ୍ୟ କରାଯାଇଛି। ବୁଡ ପାଇଁ ଜିଲ୍ଲା ତଥା ଅନ୍ୟାନ୍ୟ ସ୍ଥାନରୁ ଶହଶହ ଶ୍ରଦ୍ଧାଳୁ ମନସ୍କାମନା ପୁରଣ ପାଇଁ ବୁଡ ପକାଇଥାଆନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories