www.samajalive.in
Saturday, December 13, 2025
26.1 C
Bhubaneswar

ଲୋକପ୍ରିୟ ହଲିଉଡ଼ ଦମ୍ପତିଙ୍କୁ ନିଜ ଘର ବିକିଲେ ଇଶା ଅମ୍ବାନୀ, ଦାମ୍‌ ଶୁଣି ଚମକି ପଡ଼ିବେ

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଏବେ ତାଙ୍କ ବଙ୍ଗଳାକୁ ନେଇ ଚର୍ଚ୍ଚାରେ। ଇଶା ତାଙ୍କର ଏକ ଘର ପ୍ରାୟ ୪୯୪ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଆମେରିକା ଲସ୍‌ ଆଞ୍ଜେଲ୍ସସ୍ଥିତ ବେଭର୍ଲି ହିଲ୍ସରେ ଥିବା ଏହି ଘରକୁ ଲୋକପ୍ରିୟ ହଲିଉଡ଼ ଦମ୍ପତି ଜେନିଫର ଲୋପେଜ୍‌ ଓ ବେନ୍‌ ଆଫ୍ଲେକ୍‌ କିଣିଛନ୍ତି। ଏହି ଭବ୍ୟ ବଙ୍ଗଳାରେ ଏକାଧିକ ସୁବିଧା ଉପଲବ୍ଧ। ଏଥିରେ ଜିମ୍, ସ୍ପା, ସେଲୁନ୍ ଏବଂ ଏକ ଇନଡୋର ବ୍ୟାଡମିଣ୍ଟନ୍ କୋର୍ଟ ଆଦି ରହିଛି। ଏହା ୩୮,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଆଖି ଲାଖିଲା ପରି ଏହି ଘରେ ୧୨ଟି ବେଡ୍‌ରୁମ୍‌ ଏବଂ ୨୪ଟି ବାଥରୁମ୍ ଅଛି।

ସୂଚନା ମୁତାବକ, ଇଶା ଗର୍ଭବତୀ ଥିବା ସମୟରେ ଏହି ଘରେ ଅନେକ ସମୟ ବିତାଇଛନ୍ତି। ଇଶାଙ୍କ ସହ ତାଙ୍କ ମାଆ ନୀତା ଅମ୍ବାନୀ ମଧ୍ୟ ଏଠାରେ ଅନେକ ଦିନ ରହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories