www.samajalive.in
Sunday, December 14, 2025
23.1 C
Bhubaneswar

ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଲାଞ୍ଜିଗଡ : ଆଜି ଯାଏଁ ଅନେକ ଗାଁକୁ ପହଞ୍ଚି ପାରିନି ମୌଳିକ ସୁବିଧା। ତିଆରି ହୋଇପାରିନି ରାସ୍ତା। ନିର୍ମାଣ ହୋଇପାରିନି ପୋଲ। ଏଭଳି ପରିସ୍ଥିତି ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୧୪୬ରୁ ଉର୍ଦ୍ଧ୍ୱ ଗାଁ ଅପହଞ୍ଚ ହୋଇ ରହିଥିବା ବେଳେ ଆଜି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇପାରିଲାନି ବୋଲି ଜଣେ ଗୁରୁତର ରୋଗୀଙ୍କୁ ଦୁଇ କିମି ଦୂର ଖଟିଆରେ ବୁହାହୋଇ ନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି।
ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ବଡ଼ ସେମେଲପଦର ଗାଁର ଭୁବନେ ମାଝୀଙ୍କ ପୁଅ ଡମେ ମାଝୀ ଆଜି ନିଜ ଚାଷ ଜମିରେ କାଠ କାଠୁଥିବା ବେଳେ ଗଛର ଏକ ଶାଖା ଛିଣ୍ଡି ତାଙ୍କ ଡାହାଣ ଗୋଡ଼ରେ ପଡ଼ିଥିଲା। ଏଥିରେ ଡମେଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଏବଂ ଏକ ଛୋଟନାଳ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକିଥିଲା। ଫଳରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗୁରୁତର ଡମେଙ୍କୁ ଏକ ଖଟିଆରେ ବୋହି ଦୁଇ କିମି ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ରାସ୍ତା ଖଣ୍ଡିଏ ନଥିବାରୁ ଆଦିବାସୀ ବହୁଳ ବଡ଼ ସେମେଲପଦର ଗାଁର ଲୋକେ ଏଭଳି ଦହଗଞ୍ଜର ଶିକାର ହେଉଥିବା ବେଳେ ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନ ଥିବାରୁ ନିରାଶା ବ୍ୟକ୍ତ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories