www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତା ମଝିରେ ଗାଡି ଥୋଇ ରିଲ୍ କରିବା ପଡିଲା ମହଙ୍ଗା, କଟିଲା ଏତେ ଟଙ୍କାର ଚାଲାଣ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢି ସାମାଜିକ ଗଣମାଧ୍ୟମରେ ରିଲ୍ ପୋଷ୍ଟ କରିବା ପାଇଁ ନାନା ପ୍ରକାର କାରନାମା କରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକ ରିଲ୍ କରିବା ପାଇଁ ରାସ୍ତା ମଝିରେ ଗାଡି ଥୋଇ ଟ୍ରାଫିକ୍ ଜାମ୍ କରିଦେଇଛନ୍ତି । ଘଟଣାଟି ଦିଲ୍ଲୀ ପଶ୍ଚିମ ବିହାରର । ଏଠାରେ ଜଣେ ଯୁବକ ରିଲ୍ କରିବା ପାଇଁ ଓଭରବ୍ରିଜରେ ଗୋଲ୍ଡ-ପ୍ଲେଟେଡ୍ ଇସୁଜୁ ପିକଅପ୍ ଠିଆ କରି ଟ୍ରାଫିକ୍ ଜାମ୍ କରିଛନ୍ତି । ତେବେ ତାଙ୍କର ଏହି କାରନାମା ପାଇଁ ୩୬ ହଜାର ଟଙ୍କା ଚାଲାଣ କଟିଛି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ନଜର ଆସୁଛି କି ଯୁବକ ଜଣକ ଓଭରବ୍ରିଜ ଉପରେ ଗାଡି ଠିଆ କରିଛନ୍ତି । ଏହି ପିକଅପରେ ସୁନାର ଆସ୍ତରଣ ଚଢାଯାଇଛି । ତେବେ ଏହି ହିରୋଗିରି ତାଙ୍କୁ ମହଙ୍ଗା ପଡିଛି । ଭିଡିଓଟି ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories