www.samajalive.in
Saturday, December 13, 2025
26.1 C
Bhubaneswar

ଉଷୁରେ ଭୌମିକଙ୍କ କୃତିତ୍ବ

ଭବାନୀପାଟଣା : ଜମ୍ମୁ ବିଶ୍ଵ ବିଦ୍ୟାଳୟରେ ଗତ ୨୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏଥିରେ ଉପ କନିଷ୍ଠ ବିଭାଗରେ କଳାହାଣ୍ଡିର ଭୌମିକ ଭରଦ୍ୱାଜ ଭୋଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିରେ ରାଜ୍ୟରୁ ୩୯ ଜଣ ଭାଗ ନେଇଥିବା ବେଳେ କଳାହାଣ୍ଡିରୁ କେବଳ ଭୌମିକ ଅଂଶ ଗ୍ରହଣ କରିଥିଲେ। ଭୌମିକଙ୍କ ଏହି କୃତିତ୍ୱ ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ବାର୍ତ୍ତା ଛୁଟିଛି। ଆଜି କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବହୁ ଲୋକ ତାଙ୍କୁ ଶୁଭେଛା ଜଣାଇଥିଲେ। ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିବା ଭୌମିକ ବରିଷ୍ଠ ଓକିଲ ପ୍ରଶାନ୍ତ ଭୋଇ ଏବଂ ଗୀତାଞ୍ଜଳି ସାହୁଙ୍କ ପୁଅ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories