www.samajalive.in
Sunday, December 14, 2025
16.1 C
Bhubaneswar

ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରେ ଅସନ୍ତୋଷ

କଲ୍ୟାଣସିଂହପୁର: ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନେତାଙ୍କ ଟିକଟ ମିଳିବା ପରେ ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ ଦଳରେ ଲୋକସଭା ଆସନ ପାଇଁ ସପ୍ତଗିରି ଶଙ୍କର ଉଲକା ଓ ବିଧାନସଭା ଆସନ ପାଇଁ ନୀଳମାଧଵ ହିକକାଙ୍କୁ ଦଳୀୟ ଟିକଟ ମିଳିଛି। କଂଗ୍ରେସ ଦଳରୁ ବିଧାନସଭା ଆସନ ପାଇଁ ନୀଳମାଧବ ଉଲକାଙ୍କୁ ଟିକଟ ନମିଳିବାରୁ ଦଳରେ ଅସନ୍ତୋଷ ଦେଖାଦେଇଛି। ତେଣୁ ବୁଧବାର କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କ୍ରିକଲପାଡୁ ନିକଟସ୍ଥ ବଡ଼ଲିମା ଘାଟିଠାରେ ନୀଳମାଧବ ଉଲକାଙ୍କ ଦଳୀୟ ସମର୍ଥକମାନେ ଉକ୍ତ ନିର୍ବାଚନ ମଣ୍ଡଳୀର ୪ଟି କଲ୍ୟାଣସିଂହପୁର, କୋଲନରା, ବିଷମକଟକ, ମୁନିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ମୁଖ୍ୟ ନେତା ଓ କର୍ମୀମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ପରେ ନୀଳମାଧବ ଉଲକା କହିବା ଅନୁଯାୟୀ କଂଗ୍ରେସ ଦଳର ଏଆଇସିସି ପକ୍ଷରୁ ଯାହା ସବୁ ଟାସ୍କ ଦିଆଯାଇଥିଲା ଭୋଟିଂ କରିବାକୁ ଦିଆଯାଇଥିଲା ସେଥି ମଧ୍ୟରୁ ୯୦୦ଭୋଟ୍ ପାଇଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପୁରୀ ଏକ ବ୍ଲୁଲିଲି ହୋଟେଲକୁ ଡକାଇ ଏକ ବୈଠକ କରିଥିଲେ।

ଏହାପରେ ଅନ୍ୟ ଏକ କୋଠରୀକୁ ଡାକି ନେଇ ୧୦ଜଣ କର୍ମୀଙ୍କଠାରୁ ୫୦ହଜାର ଟଙ୍କା ଲେଖାଏଁ ଚେକ ନେଇ ପ୍ରାର୍ଥୀ ଚୟନ କରାଯାଇଛି ବୋଲି କହି ପଠାଇଥିଲେ । ଏହାର ଦୁଇଦିନ ପରେ ଜାଣିବାକୁ ପାଇଲି ଯେ ନୀଳମାଧଵ ଉଲକା ବଦଳରେ ନୀଳମାଧଵ ହିକକାଙ୍କୁ ବିଧାୟକ ପ୍ରାର୍ଥୀ ନିମନ୍ତେ ଦଳୀୟ ଟିକଟ ଦେଇ ଚୟନ କରାଯାଇଛି । ଏହା ଜାଣିବା ପରେ ନୀଳମାଧଵ ଉଲାକାଙ୍କ ସମର୍ଥିତ କଂଗ୍ରେସ କର୍ମୀମାନେ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଘୋର ବିରୋଧ କରିଥିଲେ । ଏହା ସାଂସଦ ସପ୍ତଗିରିଙ୍କ କୁଟ ଚକ୍ରାନ୍ତ କରି ନୀଳମାଧଵ ହିକକାଙ୍କୁ ଟିକଟ ଦେଇଥିବା ଦଳୀୟ କର୍ମୀ କହିଛନ୍ତି । ଦୁଇ ଦିନ ମଧ୍ୟରେ ଦଳ ପକ୍ଷରୁ ସଠିକ ଆଲୋଚନା କରି ହିକକାଙ୍କୁ ଦେଇଥିବା ଟିକଟକୁ ପ୍ରତ୍ୟାହାର କରି ଉଲାକାଙ୍କୁ ଦିଆ ନଗଲେ କଂଗ୍ରେସ କର୍ମୀମାନେ ଦଳୀୟ କର୍ମୀଙ୍କୁ ଉଚିତ ଜବାବ ଦେବା ସହ ଚଳିତ ନିର୍ବାଚନରେ ଉଲାକାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ କରି ସାଂସଦ ସପ୍ତଗିରି ଓ ବିଧାୟକଙ୍କୁ ହରାଇଦେବା ପାଇଁ ନିଷ୍ପତ୍ତି ନେଇଥିବା ଦଳୀୟ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୦୧୯ ନିର୍ବାଚନରେ ନୀଳମାଧଵ ଉଲାକାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦେଇଥିଲେ ।ସେ ହି ସମୟରେ ସେ ହାରିଯାଇଥିଲେ । କିନ୍ତୁ କାହିଁକି ଟିକଟ ଦିଆଯାଇନାହିଁ କର୍ମୀମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories