www.samajalive.in
Saturday, December 13, 2025
21.1 C
Bhubaneswar

ପୁଅ ପାଇଁ ସୁରଙ୍କ ପ୍ରଚାର- ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରଘଟ, ଦଳୀୟ ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ: ପିସିସି

ଭୁବନେଶ୍ବର : ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ସାମିଲ ହୋଇ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି। ବାପା ସୁରେଶ ପୁଅ ପାଇଁ ଭୋଟ ମାଗିବା ସମୟରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ଭୋଟ ମାଗିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

ଉତ୍ତରଭୁବନେଶ୍ୱରରେ ଏକ କ୍ରିକେଟ୍ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ସୁର। ସେଠାରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ବି ଉପସ୍ଥିତ ଥିଲେ। ସୁର ଭାଷଣ ଦେବା ସମୟରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ‘ସେ ହିଁ ବେଷ୍ଟ’ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ୫ବର୍ଷ ଧରି ସୁଶାନ୍ତ ଭଲ କାମ କରିଛନ୍ତି। ସେ ହିଁ ବେଷ୍ଟ୍‌ ଏବଂ ଏକଥା ସେ ପାଣ୍ଡିଆନ୍‌ଙ୍କୁ ବି କହିଥିବା ପ୍ରକାଶ କରିଥିଲେ। ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ସୁଯୋଗ ଦିଆଯାଇଥିବାରୁ ଜଗନ୍ନାଥ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଚାଲ ବୋଲି ସେ କହିଥିଲେ। ତାଙ୍କ ପୁଅ ଓ ସୁଶାନ୍ତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ ସୁର। ତାଙ୍କର ଏଭଳି ଭିଡିଓକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଧାୟକ ଶ୍ରୀ ରାଉତରାୟ ଜଣେ ବରିଷ୍ଠ ନେତା। ପୁଅ ଅନ୍ୟ ଦଳରୁ ନିର୍ବାଚନ ଲଢୁଥିଲେ ମଧ୍ୟ ସୁରେଶ ରାଉତରାୟ କଂଗ୍ରେସରେ ରହି ଅନ୍ୟ ଦଳର ପତାକା ଧରି ପ୍ରଚାର କରିବେ ନାହିଁ ବୋଲି କଂଗ୍ରେସ ବିଶ୍ବାସ ରଖିଛି। ଯଦି ଅଭିଯୋଗରେ କିଛି ସତ୍ୟତା ଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ବିଜେଡି ପାଇଁ ଭୋଟ ମାଗିବାର ଏହି ଭିଡିଓକୁ ଅସ୍ୱୀକାର କରିଛନ୍ତି ସୁର।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories