www.samajalive.in
Saturday, December 13, 2025
26.1 C
Bhubaneswar

ଗୁଗଲ୍‌ରେ ବିଜେପିର ୭.୨୭ କୋଟିର ବିଜ୍ଞାପନ

ନୂଆଦିଲ୍ଲୀ: ଲୋକସଭା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ(ଇସି) ମାର୍ଚ୍ଚ ୧୬ରେ ତାରିଖ ଘୋଷଣା କରିଛନ୍ତି। ତଦନୁଯାୟୀ ଏପ୍ରିଲ ୧୯ରୁ ସାତଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇ ଜୁନ ୪ରେ ଗଣତି କରାଯିବ। ତେବେ ନିର୍ବାଚନ ତାରିଖ ଘୋଷଣା ହେବାପରଠାରୁ ଏପ୍ରିଲ ୧ ସୁଦ୍ଧା ବିଜେପି ସାମାଜିକ ୱେବସାଇଟ୍‌ ଗୁଗଲ୍‌ରେ ୭.୨୭ କୋଟି ଟଙ୍କାର ବିଜ୍ଞାପନ ଦେଇଛି ବୋଲି ଜଣାପଡିଛି। ବିଜେପି ଏହି ବିଜ୍ଞାପନରେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ବିହାରକୁ ଅଧିକ ଗୁରୁତ୍ବ ଦେଇଥିବା କୁହାଯାଇଛି। ଏହି ୧୭ ଦିନ ମଧ୍ୟରେ ବିଜେପି ଗୁଗଲ୍‌ରେ ୨୮,୫୦୨ଟି ବିଜ୍ଞାପନ ପ୍ରକାଶ କରିଛି। ଏଥିମଧ୍ୟରୁ ୯୫ ପ୍ରତିଶତ ହେଉଛି ଭିଡିଓ ବିଜ୍ଞାପନ। ମାର୍ଚ୍ଚ ୧୬ରୁ ୨୬ ପର୍ଯ୍ୟନ୍ତ ବିଜେପି ଏହି ପ୍ରସଙ୍ଗରେ ମାନ୍ଦା ଚାଲିଥିଲା। ତେବେ ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସାକ୍ଷାତକାର ପରେ ଏହି ପ୍ରକ୍ରିୟା ଜୋର ଧରିଥିଲା। ମାର୍ଚ୍ଚ ୩୦ ଗୋଟିଏ ଦିନରେ ବିଜେପି ଗୁଗଲ୍‌ ବିଜ୍ଞାପନ ବାବଦରେ ୨.୬୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ଉତ୍ତର ପ୍ରଦେଶ ପାଇଁ ଦଳ ୮୯.୯ ଲକ୍ଷ ଟଙ୍କାର ବିଜ୍ଞାପନ ପ୍ରକାଶ କରିଛି।

ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେପି ଏହି ପ୍ରସଙ୍ଗରେ ଯଥେଷ୍ଟ ଆଗୁଆ ରହିଛି। ଗୁଗଲ୍‌ ଇଣ୍ଡିଆରୁ ପ୍ରାପ୍ତ ସୂଚନା ମୁତାବକ ବିଜେପି ପଛକୁ ଜଗନ ରେଡ୍ଡିଙ୍କ ୱାଇଏସଆରସିପି ଦ୍ବିତୀୟ ସ୍ଥାନରେ ରହିଛି। ଜଗନଙ୍କ ଦଳ ଏହି ୧୭ ଦିନ ମଧ୍ୟରେ ଗୁଗଲ୍‌ରେ ୮୫.୩ ଲକ୍ଷ ଟଙ୍କାର ବିଜ୍ଞାପନ ପ୍ରକାଶ କରିଥିବାବେଳେ କଂଗ୍ରେସ ୪୪.୬ ଲକ୍ଷ ଏବଂ ବିଜେଡି ୨୭.୯ ଲକ୍ଷ ଟଙ୍କାର ବିଜ୍ଞାପନ ପ୍ରକାଶ କରିସାରିଛି। ତେବେ ଗୁଗଲ୍‌ ବିଜ୍ଞାପନ ତାଲିକାର ଶ୍ରେଷ୍ଠ ଦଶ ମଧ୍ୟରେ ଡିଏମକେ, ଏଆଇଏଡିଏମକେ କିମ୍ବା ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭଳି ଦକ୍ଷିଣ ଭାରତୀୟ ଦଳ ସ୍ଥାନ ପାଇନାହାନ୍ତି। ଏପରିକି ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ସାମିଲ ଥିବା ଏକନାଥ ସିନ୍ଦେ (ଶିବସେନା) ଗୋଷ୍ଠୀ ଏବଂ ଅଜିତ ପୱାରଙ୍କ ଏନ୍‌ସିପି ମଧ୍ୟ ଏହି ପ୍ରସଙ୍ଗରେ ଯଥେଷ୍ଟ ପଛୁଆ ରହିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ତାହାର ବିଜ୍ଞାପନ ଖର୍ଚ୍ଚ ୧୫ କୋଟିରୁ ୫୬୮ କୋଟିକୁ ବୃଦ୍ଧି କରିବା ଫଳରେ ଉପରାଜ୍ୟପାଳ ଭି.କେ.ସାକ୍ସେନା କ୍ଷୁବ୍ଧ ହୋଇଥିଲେ। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିଲେ ସୁଦ୍ଧା ଆପ୍‌ ଏଥର ବିଜ୍ଞାପନ ଦୌଡରେ ପଛରେ ପଡିଯାଇଛି। ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ହାତଖୋଲା ଖର୍ଚ୍ଚ କରିଥିଲେ ସୁଦ୍ଧା ବର୍ତ୍ତମାନ ପଛଘୁଞ୍ଚା ଦେଇଥିବା ଲକ୍ଷ୍ୟ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories