www.samajalive.in
Saturday, December 6, 2025
19.1 C
Bhubaneswar

ସମାଜ ପ୍ରଭାବ: ରାସ୍ତା ମଝି ମୋରମ ସଫା କରାଉଛନ୍ତି ଠିକାଦାର

ଲଡୁଗାଁ: କୋକସରା ଲଡୁଗାଁ ରାସ୍ତା ବୁଲାଣିର ମୋରମ ଯୋଗୁଁ ଅନେକାଂଶ ଦୁର୍ଘଟଣା ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାର ଖବର ସମାଜ ପୋର୍ଟାଲରେ “ବୁଲାଣିରେ ମୋରମ ସାଜିଛି ଦୁର୍ଘଟଣାର କାରଣ, ଲୋକେ ହଇରାଣ ” ଶୀର୍ଷକ ସୋମବାର ଓ ଖବରକାଗଜରେ “ବୁଲାଣିରେ ମୁରୁମ ଡାକୁଛି ଦୁର୍ଘଟଣା “ଶୀର୍ଷକରେ ମଙ୍ଗଳବାର ପ୍ରକାଶ ପାଇଥିଲା। ପ୍ରକାଶିତ ଖବର ପଢ଼ିବା ପରେ କାର୍ଯ୍ୟ କରିଥିବା ଠିକାଦାର ତତ୍ପରତା ପ୍ରକାଶ କରି କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। କାଉଡୋଳା ଠାରୁ ଲଡୁଗାଁ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନ ତଥା ମଝିରେ ରହିଥିବା ମୋରମ ସଫା କରାଇବା ସହ ରାସ୍ତାକଡ଼ ସମତୁଲ କରାଇଛନ୍ତି। ଜନସାଧାରଣ ଏଥିଯୋଗୁଁ ହଇରାଣ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ତେବେ କାହିଁକି ବିଭିନ୍ନ ସମୟରେ କୋକସରା ବ୍ଲକ ରେ ଲାଗି ରହିଥିବା ସଡ଼କ ଜନିତ ସମସ୍ୟା ସମାଧାନ ଦିଗରେ କେତେ ତତ୍ପର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟିକରଣ ମିଳି ପାରିନାହିଁ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories