www.samajalive.in
Sunday, December 14, 2025
26.1 C
Bhubaneswar

ପାଣି ଓ ରାସ୍ତା ସମସ୍ୟା ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ପାଟଣା : ପାଣି ଓ ରାସ୍ତା ସମସ୍ୟା ନେଇ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଟେଣ୍ଟେଇଟାଙ୍ଗର ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଲୋକେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହିରେ ୩୦୦ ରୁ ୪୦୦ ଶହ ଲୋକ ବସବାସ କରୁଥିବାବେଳେ ଗୋଟିଏ ନଳକୂପ ରହିଛି।‌ ତାହା ଏବେ ଅଚଳ ହୋଇପଡିଥିବା କାରଣରୁ ଲୋକେ ବାଧ୍ୟ ହୋଇ ଚୁଆର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହା ସହ ସାହିକୁ ଯିବା ପାଇଁ ଭଲ ରାସ୍ତା ନଥିବା ବେଳେ କୈାଣସି ରୋଗୀ ଗୁରୁତର ହେଲେ ସାହିକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ।‌ ଏଭଳି ସମସ୍ୟା ନେଇ ଆଜି ସାହିବାସୀ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।‌ ସାହିକୁ ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା ସହ ଗାଁକୁ ଭଲ ରାସ୍ତା କରିବାକୁ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ସାହିରେ ପାନୀୟ ଜଳ ସମସ୍ୟା ଦୂର କରିବା ସହ  ରାସ୍ତା ସମସ୍ୟା ଦୂର ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।‌

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories