www.samajalive.in
Sunday, December 14, 2025
26.1 C
Bhubaneswar

ଛଅଗାଁ ଓ କୁମାରପୁରରେ ଲଉଡି ଉତ୍ସବ

ଗୁରୁଡିଝାଟିଆ: ସମାଜ ବ୍ୟବସ୍ଥାରେ ଯାଦବମାନଙ୍କ ଭୂମିକା ବେଶ ଉଚ୍ଚରେ। ଯାହା ଆମ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାରୁ ବାରି ହୋଇପଡେ ବୋଲି କୁମାରପୁର ଓ ଛଅଗାଁ ଠାରେ ଯୁବ ଯାଦବମାନଙ୍କ ଦ୍ୱାରା ଆୟୋଜିତ ଲଉଡି ଉତ୍ସବରେ ସର୍ବଭାରତୀୟ ଯୁବ ଯାଦବ ମହାସଭାର ସଭାପତି ପ୍ରଦୀପ କୁମାର ବେହେରା ଯୋଗଦେଇ ମତପ୍ରକାଶ କରିବା ସଂଗେ ସଂଗେ ଏଭଳି ଉତ୍ସବ ସମାଜରେ ଭାଇଚାରା ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ। କୁମାରପୁର ଦୁର୍ଗାମଣ୍ଡପ ନିକଟରେ ଅନୁଷ୍ଠିତ ଲଉଡି ଉତ୍ସବରେ ଜେମାଦେଇପୁର, ମଙ୍ଗରାଜପୁର, ଓସ୍ତପୁର ଓ କୁମାରପୁର ର ଲଉଡିଦଳର ସଦସ୍ୟମାନେ ଲୀଳା ପରିବେଷଣ କରିଥିଲେ।

ସେହିଭଳି ଛଅଗାଁ ଠାରେ ମଧ୍ୟ ଲଉଡି ଉତ୍ସବ ପାଳିତ ହୋଇଛି। ସଭାପତି ରାମକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ବିଭାଗ ବରିଷ୍ଠ ଅଧିକାରୀ ତ୍ରିନାଥ ବେହେରା, ଟାଙ୍ଗି-ଚୌଦ୍ୱାର ଯୁବ ଯାଦବ ସଭାପତି ପ୍ରଶାନ୍ତ ବେହେରା, ଡାଳିଯୋଡାର ମନୋଜ କୁମାର ବେହେରା, ମଙ୍ଗରାଜପୁର ଯୁବ ଯାଦବ ସଭାପତି ଧୁଷାସନ ପାଣ୍ଡବ, କୁଷ୍ପଙ୍ଗି ର ଶରତ ବେହେରା, ଛଅଗାଁର ଧୃବଚରଣ ବେହେରା, ରଞ୍ଜନ ବେହେରା, ଭଗବାନ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories