www.samajalive.in
Saturday, December 6, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀରରେ ଜାରିହେବ ରାଷ୍ଟ୍ରପତି ଶାସନ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ। ଡିସେମ୍ବର ୧୯ ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି ସେ ସୁପାରିସ କରିଛନ୍ତି। ରାଜ୍ୟରେ ଏବେ ରାଜ୍ୟପାଳ ଶାସନ ଚାଲିଥିବାବେଳେ ଏହି ଅବଧି ଡିସେମ୍ବର ୧୯ରେ ଶେଷ ହେବାକୁ ଯାଉଛି। ରାଜ୍ୟପାଳଙ୍କ ଏହି ସୁପାରିସକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ଗତ ଜୁନ୍‌ରେ ମେହବୁବା ମୁଫତିଙ୍କ ନେତୃତ୍ବ ମେଣ୍ଟ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଯାଇଥିଲା। ଫଳରେ ରାଜ୍ୟରେ ୬ମାସ ପାଇଁ ରାଜ୍ୟପାଳ ଶାସନ ଜାରି କରାଯାଇଥିଲା। ଜାମ୍ମୁ-କାଶ୍ମୀର ପାଇଁ ସ୍ବତନ୍ତ୍ର ସମ୍ବିଧାନ ରହିଥିବାରୁ ଧାରା ୯୨ ଅନୁଯାୟୀ ବାଧ୍ୟତାମୂଳକ ଭାବେ ୬ମାସ ପାଇଁ ରାଜ୍ୟପାଳ ଶାସନ ଜାରି ହୋଇଥାଏ। ଏହି ସମୟରେ ରାଜ୍ୟପାଳଙ୍କ ଉପରେ ସମସ୍ତ ବ୍ୟବସ୍ଥାପିକା କ୍ଷମତା ନ୍ୟସ୍ତ ରହିଥାଏ। ଏହି ୬ମାସ ମଧ୍ୟରେ ଯଦି ନିର୍ବାଚନ ନ ହୁଏ ତେବେ ପରବର୍ତ୍ତୀ ୬ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି କରାଯାଇଥାଏ। ନଭେମ୍ବର ୨୧ରେ ରାଜ୍ୟପାଳ ୮୭ ସଦସ୍ୟ ବିଶିଷ୍ଟ ବିଧାନସଭାକୁ ଭାଙ୍ଗି ଦେଇଥିଲେ। ପିଡିପି ସମର୍ଥନରେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ସରକାର ଗଠନ ପାଇଁ ଦାବି କରିବା ପରେ ରାଜ୍ୟପାଳ ବିଧାନସଭାକୁ ଭାଙ୍ଗି ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories