www.samajalive.in
Sunday, December 14, 2025
23.1 C
Bhubaneswar

‘ଗୋଟିଏ ହୃଦୟ, ଗୋଟିଏ ସମାଜ, ଗୋଟିଏ ଭାବନା..’ ଅଜୟଙ୍କ ଜନ୍ମଦିନରେ ଆସିଲା ‘ମୈଦାନ’ ଟ୍ରେଲର

ମୁମ୍ବଇ: ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ‘ମୈଦାନ’କୁ ଦର୍ଶକ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, କାରଣ ଖୁବଶୀଘ୍ର ପରଦାକୁ ଆସୁଛି ଏହି ଚଳଚ୍ଚିତ୍ର। ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ମଙ୍ଗଳବାର ଅଜୟ ଦେବଗନଙ୍କ ଜନ୍ମଦିନ ଅବସରରେ ରିଲିଜ୍‌ ହୋଇଛି ‘ମୈଦାନ’ର ନୂଆ ଟ୍ରେଲର। ଅଜୟ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ଏକ ନୂଆ ପୋଷ୍ଟର ସହିତ ଟ୍ରେଲର ଶେୟାର କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, ଗୋଟିଏ ହୃଦୟ, ଗୋଟିଏ ସମାଜ, ଗୋଟିଏ ଭାବନା। ଦେଖନ୍ତୁ ଏସ.ଏ. ରହିମ୍‌ ଏବଂ ତାଙ୍କ ଟିମ୍‌ ଇଣ୍ଡିଆର ଅବିସ୍ମରଣୀୟ କାହାଣୀ। ଏହାସହ ଅଜୟ ଫିଲ୍ମର ମୁକ୍ତିଲାଭ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଏପ୍ରିଲ ୧୦ ତାରିଖରେ ପରଦାକୁ ଆସିବ ‘ମୈଦାନ’।

- Advertisement -

‘ମୈଦାନ’ର ଏହି ଟ୍ରେଲରରେ ଦର୍ଶାଯାଇଛି ଯେ, ଫୁଟବଲ ଖେଳରେ ଇତିହାସ ରଚିବା ପାଇଁ ଭାରତୀୟ ଦଳର ପ୍ରଶିକ୍ଷକ ଅବଦୁଲ ରହିମ୍ କିପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମ୍ପୂର୍ଣ୍ଣ ଟ୍ରେଲରରେ କୋଚ୍‌ ଏବଂ ତାଙ୍କ ଟିମ୍‌ ସଂଘର୍ଷ ଓ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ‘ମୈଦାନ’ ଏକ ସ୍ପୋର୍ଟ୍ସ ବାୟୋଗ୍ରାଫୀ ଫିଲ୍ମ, ଯାହା ଭାରତୀୟ ଫୁଟବଲ ଦଳର ପ୍ରଶିକ୍ଷକ ସୟଦ ଅବଦୁଲ ରହିମଙ୍କ ଉପରେ ଆଧାରିତ। ଚଳଚ୍ଚିତ୍ରରେ ୧୯୫୨ରୁ ୧୯୬୨ ମସିହା ମଧ୍ୟର କାହାଣୀ ପ୍ରଦର୍ଶିତ ହୋଇଛି।

ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ବ୍ୟତୀତ ପ୍ରିୟାମଣି ଓ ଗଜରାଜ ରାଓ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories