ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଣ୍ଡୋ ବିଟ୍ ଅନ୍ତର୍ଗତ ଜାମୁଳେଇବେଡା ହାଟ ନିକଟ ଏକ ପରିତ୍ୟକ୍ତ ଚୁଆରୁ ଆଜି ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରିଛି ବନବିଭାଗ। ଆଜି ପୂର୍ବାହ୍ନରେ ସାପଟି ଏକ ପରିତ୍ୟକ୍ତ ଚୁଆରେ ଥିବା ସ୍ଥାନୀୟ ଲୋକେ ଦେଖି ପାଟଣା ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ପାଟଣା ବନପାଳ ପିଅନ ନାଏକ ବନବିଭାଗ କର୍ମଚାରୀଙ୍କ ସହ ପହଞ୍ଚି ସର୍ପ ଧରାଳିଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନବିଭାଗ ସୂଚନା ଦେଇଛି।
Popular Categories



