www.samajalive.in
Friday, December 12, 2025
23.1 C
Bhubaneswar

ପାନୀୟ ଜଳରୁ ବଞ୍ଚିତ ଗୁରେଇପଲ୍ଲୀ ମୁସଲିମ ସାହିବାସୀ

କଳାପଥର(ବାଙ୍କୀ ): କଳାପଥର ଗ୍ରାମର ଗୁରେଇପଲ୍ଲୀ ସାହିର ଲୋକମାନେ ୨ମାସ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ପାନୀୟ ଜଳର ଘୋର ଅଭାବ ସୃଷ୍ଟି ହୋଇଥିବା ଯୋଗୁଁ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ମୁସଲିମ ସାହିବାସୀ। ମୁସଲିମ ସାହିରେ ଥିବା ନଳକୂପ ଗୁଡ଼ିକର ପାଣି ବ୍ୟବହାର ଉପଯୋଗୀ ହୋଇ ନଥିବାରୁ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ତେବେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବାରୁ ଉକ୍ତ ସାହିର ୫୦ରୁ ଊର୍ଦ୍ଧ୍ୱ ମହିଳା ରାସ୍ତା ଉପରେ ମାଠିଆ, ବାଲ୍ଟି, ଡେକଚି ଧରି ପ୍ରତିବାଦ କରିଛନ୍ତି।

ପ୍ରକାଶ ଯେ, କଳାପଥର ପଂଚାୟତଠାରେ ଜନସାଧାରଣଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଟାଙ୍କି ସାହାଯ୍ୟରେ ଦୁଇଟି ମଟର ପମ୍ପ ଦ୍ଵାରା କଳାପଥର ବଜାର ଏବଂ ଗୁରେଇପଲ୍ଲୀ ସାହିର ହିନ୍ଦୁ ଓ ମୁସଲିମ ଲୋକମାନଙ୍କୁ ପ୍ରାୟ ୧୦ଟି ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଛି। ତେବେ ଭୂମି ତଳେ ପୋତା ହୋଇଯାଇଥିବା ପାଇପକୁ କେତେକ ବ୍ୟକ୍ତି ଟୁଲୁ ପମ୍ପ ଲଗାଇ ଟାଣି ନେଉଥିବାରୁ ମୁସଲିମ ବସ୍ତିକୁ ୨ମାସ ହେଲା ଠୋପାଏ ପାଣି ଯାଉନାହିଁ। ଗ୍ରୀଷ୍ମ ପ୍ରବାହ ଏବଂ ଉତ୍କଟ ଜଳ କଷ୍ଟ ଯୋଗୁଁ ସ୍ଥାନୀୟ ଜନସାଧାରଣ ଅତିଶୟ ହୋଇପଡିଲେଣି। ଏ ସମ୍ପର୍କରେ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଯଦି ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ ଆଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଇ ସ୍ଥାୟୀ ପ୍ରତିକାର କରାନଯାଏ ତେବେ ରାସ୍ତା ରୋକ କରାଯିବା ସହିତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମୁସଲିମ ସାମ୍ପ୍ରଦାୟର କେତେକ ମହିଳା ଗରିବ ଶ୍ରେଣୀର ହୋଇଥିବାବେଳେ ନିଜର ବୋରିଂ କିମ୍ବା କୂଅ ନାହିଁ। ପାଇପ ପାଣି ସାହା ଭରସା ହୋଇଥିବାବେଳେ ସରକାରୀ ନଳକୂପରୁ ନିର୍ଗତ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଏବଂ ମୌଳିକ ସୁବିଧାରୁ ବଞ୍ଚିତ। ଏ ସମ୍ପର୍କରେ ବାଙ୍କୀ ଆରଡବ୍ଲ୍ୟୁସି ଯନ୍ତ୍ରୀ ସତ୍ୟନାରାୟଣ ରଥଙ୍କୁ ଫୋନରେ ଯୋଗାଯୋଗ ସମ୍ଭବ ହୋଇନଥିଲା।

- Advertisement -

ଅନ୍ୟ ପକ୍ଷରେ କଳାପଥର ସରପଞ୍ଚ କମଳା ସ୍ଵାଇଁଙ୍କୁ ପଚାରିବାରେ ସେ କହିଲେ ଉକ୍ତ ସାହିର କିଛି ମହିଳା ଏବଂ ପୁରୁଷ ଆଜି ଅଭିଯୋଗ କରିଛନ୍ତି ଏବଂ ପୂର୍ବରୁ ମଧ୍ୟ ଜଣାଇଥିଲେ। ମୁଁ ବିଭଗୀୟ ଆଧିକରୀଙ୍କୁ ଜଣାଇଛି। ଏନେଇ ହାଟ ସାହିର ବହୁତ ଲୋକ ପାଇପ କଣା କରି ମଟର ସହାୟତାରେ ପାଣି ଚୋରି କରୁଛନ୍ତି, ଯାହା ଠିକ ନୁହେଁ। ଏଥିନେଇ ବହୁତ ବୁଝା ବୁଝି କରାଗଲେ ମଧ୍ୟ ମାନୁ ନାହାନ୍ତି। ପଞ୍ଚାୟତ ଡକାଯାଇ ଖୁବଶୀଘ୍ର ଏହାର ସମାଧାନ କରାଯିବ। ବହୁ ସଂଖ୍ୟକ ମହିଳା ପୁରୁଷ ଗରା ବାଲ୍ଟି ଧରି ନାରାବାଜି କରିଥିଲେ। ବିଭଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାନୀୟ ଜଳ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories