www.samajalive.in
Wednesday, December 10, 2025
14.1 C
Bhubaneswar

ସଂସଦରେ ପାରିତ ହେଲା କିନ୍ନର ମାନଙ୍କ ସମ୍ବନ୍ଧୀୟ ବିଲ

ନୂଆଦିଲ୍ଲୀ : ସଂସଦର ଶୀତକାଳୀଣ ଅଧିବେଶନର ସୋମବାର ଲୋକସଭାରେ କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ ହୋଇଛି। ଏହି ବିଲରେ କିନ୍ନର ମାନଙ୍କ ପାଇଁ ଭେଦଭାବ, ସମାଜରେ ସମ୍ମାନ ପରି ବହୁ ବିଷୟ ରହିଛି। ଗୃହରେ ଜୋରଦାର ହଟଗୋଳ ସମୟରେ ଏହି ବିଧେୟକରେ ମୋହର ଲାଗିଛି। ଏହି ବିଧେୟକରେ ଅଧିକ ସଂଶୋଧନର ଆବଶ୍ୟକ ରହିଥିବା ବିରୋଧୀ କହିଛନ୍ତି। ସଂସଦରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ଥାବରଚନ୍ଦ୍ର ଗହଲୋତଙ୍କ କହିବା ଅନୁସାରେ ଏହି ବିଲ ଦ୍ୱାରା କିନ୍ନର ମାନେ ଅଧିକ ଶସକ୍ତିକରଣ ହୋଇପାରିବେ। ଏହି ବିଷୟ ଉପରେ ବିଭିନ୍ନ ୱେବସାଇଟରେ ଲୋକମାନଙ୍କ ମତ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। କିନ୍ନର ମାନଙ୍କୁ ଭାରତରେ ଭେଦଭାବ, ଶିକ୍ଷାର ଅଭାବ, ବେକାରୀ, ଚିକିତ୍ସା ସୁବିଧା ଭଳି ଗୁରୁତ୍ୱପୁର୍ଣ୍ଣ ବିଷୟରେ ଦୃଷ୍ଟି ଦେବା ପାଇଁ ଏହି ବିଧେୟକ ଅଣାଯାଇଥିବା କୁହାଯାଉଛି। ଏହି ବିଧେୟକ ଅନୁସାରେ କିନ୍ନର ମାନଙ୍କ ସମସ୍ୟା ନେଇ ଏକ ଅଭିଯୋଗ କେନ୍ଦ୍ର ଅନଲାଇନ ଦ୍ୱାରା ଖୋଲାଯିବ। ବିଧେୟକ ନିୟମର ଉଲଙ୍ଘନ କରାଗଲେ ଦଣ୍ଡ ମଧ୍ୟ ଦିଆଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories