www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରଙ୍କୁ ୪୬ କୋଟି ଟଙ୍କାର ଆୟକର ନୋଟିସ୍, ପାନ୍ କାର୍ଡର ଅପବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ : ପାନ୍ କାର୍ଡର ଅପବ୍ୟବହାରକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ବାଲିୟରର ଜଣେ ଛାତ୍ରଙ୍କ ପାନ୍ କାର୍ଡରୁ କମ୍ପାନୀ ପଞ୍ଜୀକୃତ ହୋଇଯାଇଛି । ଯାହା କି ୨୦୨୧ରୁ ଚାଲିଛି । କିନ୍ତୁ ଏସମ୍ପର୍କରେ ଛାତ୍ର ବା ତାଙ୍କ ପରିବାର ଲୋକ କେହି ବି ଜାଣିନାହାଁନ୍ତି । ଆୟକର ବିଭାଗ ଛାତ୍ରଙ୍କ ପାଖକୁ ୪୬ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ ପଠାଇବା ପରେ ଏକଥା ସାମ୍ନାକୁ ଆସିଲା ।

ଛାତ୍ରଙ୍କ କହିବାନୁସାରେ ସେ ଏସମ୍ପର୍କରେ କିଛି ବି ଜାଣିନଥିଲେ । ୨୫ ବର୍ଷୀୟ ଏହି ଯୁବକ ହେଉଛନ୍ତି ପ୍ରମୋଦ ଦଣ୍ଡୋତିଆ । ସେ ଗ୍ବାଲିୟରର ଏକ କଲେଜରେ ପାଠ ପଢନ୍ତି । ସେ କୁହନ୍ତି କି ଆୟକର ଏବଂ ଜିଏସଟି ନୋଟିସ୍ ପରେ ସେ ଜାଣିପାରିଲେ ଯେ ତାଙ୍କ ପାନ୍ କାର୍ଡର ଅପବ୍ୟବହାର ହୋଇଛି । ତାଙ୍କ କାର୍ଡ ବ୍ୟବହାର କରି କେହି କମ୍ପାନୀ ପଞ୍ଜୀକୃତ କରିଛି । ତାଙ୍କ ଆକାଉଣ୍ଟରୁ ୪୬ କୋଟି ଟଙ୍କାର ନେଣଦେଣ ହୋଇଛି । ଏସମ୍ପର୍କରେ ଦସ୍ତାବେଜ ଯାଞ୍ଚ ଚାଲିଛି । ତେବେ ଆପଣ ମଧ୍ୟ ନିଜ ପାନ୍ କାର୍ଡ କେଉଁଠି ଅପବ୍ୟବହାର ହୋଇଛି କି ନାହିଁ ଯାଞ୍ଚ କରିବା ଉଚିତ୍ । ଯଦି ଜାଣିନାହାଁନ୍ତି ତେବେ ଜାଣନ୍ତୁ…

- Advertisement -

କେଉଁଠି ଆପଣଙ୍କ ପାନ୍ କାର୍ଡର ଅପବ୍ୟବହାର ହୋଇଛି କି ନାହିଁ ଜାଣିବା ପାଇଁ ଆପଣଙ୍କ ସର୍ବପ୍ରଥମେ ନିଜ କ୍ରେଡିଟ୍ ସ୍କୋର୍ ଚେକ୍ କରିବା ଉଚିତ୍…

ନିଜ କ୍ରେଡିଟ୍ ସ୍କୋର ଯାଞ୍ଚ ପାଇଁ କ୍ରେଡିଟ୍ ବ୍ୟୁରର ଓ୍ବେବସାଇଟକୁ ଯାଆନ୍ତୁ

ନିଜ ଆର୍ଥିକ ସୂଚନା ସମେତ ନିଜ ତଥ୍ୟ ପଞ୍ଜୀକୃତ କରନ୍ତୁ

ନିଜ ଫୋନରେ ପଠାଯାଇଥିବା ଓଟିପିକୁ ଭେରିଫାଏ କରନ୍ତୁ

ନିଜ କ୍ରେଡିଟ୍ ସ୍କୋର ସ୍କ୍ରିନରେ ହେବ । ଏଥିରୁ ଆପଣଙ୍କୁ ଜଣାପଡିବ କି କେଉଁଠି ଆପଣଙ୍କ ପାନ୍ କାର୍ଡର ଦୁରୁପଯୋଗ ହୋଇଛି କି ନାହିଁ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories