www.samajalive.in
Thursday, December 11, 2025
14.1 C
Bhubaneswar

ତିତଲି ପ୍ରଭାବିତଙ୍କୁ କେନ୍ଦ୍ର ସରକାରଙ୍କ ବଡ ପ୍ୟାକେଜ

ଭୁବନେଶ୍ୱର : ତିତଲି ପ୍ରଭାବିତଙ୍କ ପାଇଁ କେନ୍ଦ୍ର ସରାକାର ୧୦୨୩.୫୩ କୋଟି ଟଙ୍କା ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ଏହି ଅତିରିକ୍ତ ସହାୟତା ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ମିଳିବ। ତିତଲି ପାଇଁ ରାଜ୍ୟ ସରକାର ୨୦୨୩.୧୩ କୋଟି ଟଙ୍କା ସହାୟତା ଦାବି କରିଥିଲେ।
ସୋମବାର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଓଡ଼ିଶା ଏବଂ ତ୍ରିପୁରା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଅନୁମୋଦନ କରାଯାଇଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଡିସେମ୍ବର ୧୩ ତାରିଖରେ ଗୃହମନ୍ତ୍ରୀ ରାଜନାଥ ସିଂହକୁ ଚିଠି ଲେଖିଥିଲେ। ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଆନ୍ତଃ ମନ୍ତ୍ରଣାଳୟ ଦଳ ଓଡ଼ିଶା ଆସି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ତିତଲି ବାତ୍ୟା ଓ ବନ୍ୟା ଯୋଗୁଁ ୧୭ଟି ଜିଲା ସହ ୧୨୮ଟି ବ୍ଲକ ପ୍ରଭାବିତ ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories