www.samajalive.in
Sunday, December 7, 2025
16.1 C
Bhubaneswar

ଚାମ୍ବର ଅଫ କମର୍ସ ତରଫରୁ ଏସପିଙ୍କୁ ପ୍ରଶଂସା

ସମ୍ବଲପୁର: ସମ୍ବଲପୁରର ଶକ୍ତି ସଂଘ ଛକ (ପିରବାବା ଛକ) ଠାରେ ବିଗତ ସୋମବାର ଘଟିଥିବା ବୋମା ବିସ୍ପୋରଣ ଘଟଣାରେ ଜିଲା ପୁଲିସ ପକ୍ଷରୁ ଅପରାଧିଙ୍କୁ ଧରି ଅଦାଲତକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଚାଲାଣ କରିବାରେ ସମର୍ଥ ହୋଇଥିଲା। ଏଣୁ ଜିଲା ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହିତ ସମ୍ବଲପୁର ପୁଲିସକୁ ଉତ୍ସାହିତ କରିବା ପାଇଁ ଶନିବାର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କୁ ସମ୍ବଲପୁର ଚାମ୍ବର ଅଫ କମର୍ସର ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି। ସମ୍ବଲପୁର ପୌର ପରିଷଦର ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହାଙ୍କ ସହିତ ଚାମ୍ବର ଅଫ କମର୍ସର ସଭାପତି ଅରୁଣ ପଟୱାରୀ, ଶଙ୍କର ଅଗ୍ରୱାଲ, ଯଶବୀର ସିଂହ ହୁରା, ଅଶୋକ ଜଲାନ ଓ ଶିବ ପ୍ରଧାନ ପ୍ରମୁଖ ଏସପି ଶ୍ରୀ ଭାମୁଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇବା ସହିତ ସମ୍ବଲପୁରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଯେଉଁ ମାନେ ଉଦ୍ୟମ କରୁଛନ୍ତି, ସେମାନଙ୍କ ଉପରେ ପୁଲିସ କଡା ନଜର ରଖିବା ସହିତ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ପୁଲିସ ପ୍ରଶାସନକୁ ଅନୁରୋଧ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories