www.samajalive.in
Thursday, December 11, 2025
18.1 C
Bhubaneswar

ଏପ୍ରିଲରେ ବ୍ୟାଙ୍କ ବନ୍ଦ ରହିବ ୧୨ ଦିନ

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମାସରେ ବିଭିନ୍ନ ରାଜ୍ୟରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ରାଜ୍ୟ ଅନୁସାରେ ବ୍ୟାଙ୍କ ଛୁଟି ସଂଖ୍ୟା ଭିନ୍ନ ଭିନ୍ନ। ଭାରତୀୟ ରିଜର୍ଭ ବ୍ୟାଙ୍କ ୱେବସାଇଟରେ ଦିଆଯାଇଥିବା ସୂଚନାରୁ ଏହା ସ୍ପଷ୍ଟ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟରେ ଅନେକ ପର୍ବ ପାଇଁ ଛୁଟି ସହିତ ଦ୍ବିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାର ଛୁଟି ଅନ୍ତର୍ଭୁକ୍ତ। ଏପ୍ରିଲରେ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ମୋଟ ୬ଟି ଛୁଟି ରହିଛି। ସେହିପରି ଏପ୍ରିଲ ୧ରେ ବ୍ୟାଙ୍କର ବାର୍ଷିକ କ୍ଲୋଜିଙ୍ଗ ପାଇଁ ସାଧାରଣ ଲୋକଙ୍କ ନିମନ୍ତେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୫ ଏପ୍ରିଲରେ ବାବୁ ଜଗଜ୍ଜୀବନ ରାମଙ୍କ ଜୟନ୍ତୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୯ ତେଲୁଗୁ ନୂତନ ବର୍ଷ ପାଇଁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଏପ୍ରିଲ ୧୦ କିମ୍ବା ୧୧ରେ ଇଦ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ। ତେବେ ଏପ୍ରିଲ ୧୩ ଓ ୧୪ ବୈଶାଖୀ ଓ ଆମ୍ବେଦକର ଜୟନ୍ତୀ ପାଇଁ ଛୁଟି ହୋଇଥିଲେ ବି ତାହା ଦ୍ବିତୀୟ ଶନିବାର ଓ ରବିବାର ପଡ଼ୁଛି। ୧୭ ଏପ୍ରିଲ ରାମନବମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗରିଆ ପୂଜା ପାଇଁ ୨୦ ତାରିଖରେ ମଣିପୁରରେ ବ୍ୟାଙ୍କ ବନ୍ଦ ରହିବ। ଓଡ଼ିଶାରେ ଏହି ଛୁଟି ସଂଖ୍ୟା ୯ ରହିଛି। ଓଡ଼ିଶାରେ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ୬ଦିନ ଛୁଟି ସହ ୧, ୧୧ ଓ ୧୭ତାରିଖରେ ବ୍ୟାଙ୍କ ବନ୍ଦ ରହିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories