www.samajalive.in
Saturday, December 13, 2025
21.1 C
Bhubaneswar

ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ, ପଥରରେ ଛେଚି ହତ୍ୟା କରାଯିବ: ଆଫଗାନିସ୍ତାନରେ ତାଲିବାନର ନୂଆ ଆଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନକୁ ଫେରିବା ପରେ ସବୁଠାରୁ ବଡ ଡର ଥିଲା ଯେ ଦେଶ ଅନ୍ଧକାର ଯୁଗକୁ ପୁଣି ଥରେ ଫେରିବ। ମହିଳାଙ୍କ ଉପରେ ଅତ୍ୟାଚାର ବଢିବ। ବର୍ତ୍ତମାନ ଏହା ବାସ୍ତବରେ ସତ୍ୟ ହେବାରେ ଲାଗିଛି। ନିକଟରେ ତାଲିବାନର ସୁପ୍ରିମୋ ମୁଲ୍ଲା ହିବତୁଲ୍ଲା ଅଖୁନ୍ଦଯାଦା ଘୋଷଣା କରିଛନ୍ତି ଯେ ଆଫଗାନିସ୍ତାନର ବ୍ୟଭିଚାରରେ ଲିପ୍ତ ଥିବା ମହିଳାଙ୍କୁ ସର୍ବସାଧାରଣରେ ଚାବୁକ ମାଡ ମାରାଯିବ ଏବଂ ପଥରରେ ଛେଚି ହତ୍ୟା କରାଯିବ। ଏହାସହିତ ତାଲିବାନ ସୁପ୍ରିମୋ ପଶ୍ଚିମ ଲୋକତନ୍ତ୍ର ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଥିବା କହିଛନ୍ତି ।

ନିକଟରେ ଏକ ଟେଲିଭିଜନ ବାର୍ତ୍ତାରେ ହିବତୁଲ୍ଲା ଅଖୁନ୍ଦଯାଦା କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ଇସଲାମୀୟ ଶରିୟା ଆଇନର ବିରୋଧ। ତାଲିବାନର କଠୋର ବାଖ୍ୟା ସହିତ ଏହା ବିବାଦ ସୃଷ୍ଟି କରିଛି। ପାଶ୍ଚାତ୍ୟ ଦେଶବାସୀ ଯେଉଁ ଅଧିକାର ବିଷୟରେ କହୁଛନ୍ତି ମହିଳାମାନେ ତାହା ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ତାଲିବାନ ସୁପ୍ରିମୋ କହିଛନ୍ତି ଯେ ପଶ୍ଚିମୀ ଲୋକଙ୍କ ବିରୋଧରେ ଆମେ ୨୦ବର୍ଷର ଲମ୍ବା ଲଢେଇ କରି ଶାସନକୁ ଆସିଛୁ। ସେମାନେ ଆମ ବିରୋଧରେ ୨୦ ବର୍ଷରୁ ଅଧିକ ଲଢେଇ କରିବେ। ବର୍ତ୍ତମାନ ଏହି ପୃଥିବୀକୁ ଆମେ ସରିୟାକୁ ଫେରାଇ ଆଣିବୁ। ହିବତୁଲ୍ଲା ଖୋଲାଖୋଲି ଭାବେ କହିଥିଲେ ଯେ ଆମେ ଶୀଘ୍ର ବ୍ୟଭିଚାର ପାଇଁ ଦଣ୍ଡ ଲାଗୁ କରିବୁ। ଆମେ ମହିଳାମାନଙ୍କୁ ସର୍ବସାଧାରଣରେ ଚାବୁକ ମାରିବା ସହ ସେମାନଙ୍କୁ ପଥରରେ ଛେଚି ହତ୍ୟା କରିବୁ। ଏହା ଇସଲାମିକ ନିୟମ ପ୍ରତି ତାଙ୍କର ସମପର୍ଣ ବୋଲି ଦର୍ଶାଇବ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories