www.samajalive.in
Sunday, December 14, 2025
26.1 C
Bhubaneswar

ବାଲେଶ୍ୱର ଜିଲା ବିଜେପି ଉପସଭାପତିଙ୍କ ଇସ୍ତଫା

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର କିଛିଘଣ୍ଟା ପରେ ବାଲେଶ୍ୱର ଜିଲା ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଜିଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଗକୁ ସୁକାନ୍ତଙ୍କ ଅନୁଗତ କର୍ମୀ ଅର୍ଥାତ ଯେଉଁମାନେ ବିଜେପିର ପଦ ପଦବୀରେ ରହିଥିଲେ ସେମାନେ ସମୂହ ଇସ୍ତଫା ଦେବେ ବୋଲି ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।

ସୂଚନା ଯେ, ସୁକାନ୍ତ ୨୦୧୪ରେ ବିଜେଡିରେ ଥିବା ବେଳେ, ପୁଣି ୨୦୧୯ରେ ବିଜେପିକୁ ଆସିବା ପରେ ମଧ୍ୟ ଜଣେ ଅନୁଗତ ତଥା ଏକାନ୍ତ ବ୍ୟକ୍ତିଗତ କର୍ମୀ କୁହାଯାଉଥିବା ଗଙ୍ଗାଧର ଆଜି ପର୍ଯ୍ୟନ୍ତ ସୁକାନ୍ତଙ୍କ ହାତ ଛାଡ଼ିନଥିବା ନେଇ ଚର୍ଚ୍ଚା ଚାଲିଛି । ଦଳ ନୁହଁ, ବରଂ ବ୍ୟକ୍ତିତ୍ୱ ତଥା ଅନ୍ତରଙ୍ଗ ବନ୍ଧୁଭାବେ ସେ ନିଜର କାର୍ଯ୍ୟ ସମ୍ପାଦନ କରି ଚାଲିଥିଲେ । ତେବେ ଏହି ଇସ୍ତଫା ପତ୍ରରେ ଉଭୟ ଦଳକୁ ଦୋଷ ନଦେଇ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories