www.samajalive.in
Saturday, December 13, 2025
26.1 C
Bhubaneswar

ଫୁଲବାଣୀରେ ନାରାୟଣୀ ଯାତ୍ରା: ଏପ୍ରିଲ ୧୪ରେ ଶୁଭଖୁଣ୍ଟି, ମେ’ ୧୦ରୁ ଯାତ୍ରା ଆରମ୍ଭ

ଫୁଲବାଣୀ:ପ୍ରତି ଦୁଇବର୍ଷ ଅନ୍ତରରେ ଫୁଲବାଣୀରେ ଅନୁଷ୍ଠିତ ହେଉଥିବା ନାରାୟଣୀ ଯାତ୍ରା ପରିଚଳନା ପାଇଁ ଆଜି ଏକ ବୈଠକ ସ୍ଥାନୀୟ ସଭାଗୃହ ଠାରେ ଉପଜିଲାପାଳ ତଥା ଅଧ୍ୟକ୍ଷ ଚିତ୍ତ ରଂଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିିଭିନ୍ନ ବ୍ୟକ୍ତି ବିଶେଷଙ୍କ ପରାମର୍ଶ କ୍ରମେ ପୂର୍ବ କମିଟିକୁ ପୁଣିଥରେ ୨୬ତମ ଯାତ୍ରା ପରିଚାଳନା କରିବା ପାଇଁ ଦାୟିତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ପ୍ରକାଶ ପାଇଥିଲା ।

ସଭାପତି ଭାବେ ପି.ସୁଧାଂଶୁ ସେନାପତି , ଉପସଭାପତି ଭାବେ ସୁଜିତ୍ କୁମାର ବେହେରା , ସାଧାରଣ ସଂପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ ଏବଂ ଯୁଗ୍ମ ସଂପାଦକ ଭାବେ ସୀମାଞ୍ଚଳ ପ୍ରଧାନ , ଅରୁଣ କୁମାର ପଣ୍ଡା , ସୁମନ ପଟନାୟକ , ପାର୍ଥ ସାରଥୀ ବିଶ୍ୱାଳ ଏବଂ ଅର୍ଥ ସଂପାଦକ ଭାବେ କାବୁଲା ସେନାପତି ଏବଂ ସାଂସ୍କୃତିକ ସଂପାଦକ ଭାବେ ଭି.ଲୋକନାଥ ରାଜୁ ଏବଂ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ ସୁବାଷ ବେହେରାଙ୍କ ନାମ ଘୋଷଣା କରାଯାଇଥିଲା।

- Advertisement -

କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକାରୀ ସଦସ୍ୟ, ଉପଦେଷ୍ଟା ଅଶୋକ କୁମାର ପଟ୍ଟନାୟକ ,  ସ୍ମିତାରାଣୀ ମହାନ୍ତି , ବିଜୟ ମହାନ୍ତି , ଶିବ ପ୍ରସାଦ ତ୍ରିପାଠୀ , ଏସଡ଼ିପିଓ ସୁପ୍ରସନ୍ନ ମଲିକ, ଅଗ୍ନିଶମ ବିଭାଗ ଅଧିକାରୀ, ବିଭିନ୍ନ ବଜାର କମିଟିର କର୍ମକର୍ତ୍ତା , ମନ୍ଦିର କମିଟିର କର୍ମକର୍ତ୍ତା , କ୍ଳବର କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି , କୈଳାଶ ଧଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଥିଲା। ନୂତନ କମିଟିର ନିଷ୍ପତ୍ତି ପ୍ରକାରେ ଅସାନ୍ତା ଏପ୍ରେଲ୍ ୧୪ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ ହେବ ଏବଂ ମେ ୧୦ ତାରିଖ ଦିନ ଠାରୁ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ନିର୍ବାଚନ ଆଚରଣ ବିଧିକୁ ଦୃଷ୍ଟିରେ ରଖି ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories